ନୀଳଗିରି: ପଞ୍ଚଲିଙ୍ଗେଶ୍ବର ବିଟ୍ ଅଧୀନ କେନ୍ଦୁଚତୁରୀ ନିକଟରୁ ଗଳିତ ଶବ ଉଦ୍ଧାର ହୋଇଛି। ଶବଟି ସ୍ଥାନୀୟ କେନ୍ଦୁନାଳ ଗ୍ରାମର ମାଧ ସିଂ (୫୭) ବୋଲି ଜଣାପଡିଛି।
ସୂଚନା ଅନୁସାରେ ଗତ ଜାଗର ଦିନ ମାଧ ସିଂ ଘରୁ ରାଗି ଚାଲି ଯାଇଥିଲେ। ଏହା ପରେ ପରିବାର ଲୋକେ ଏଣେତେଣ ଅନେକ ଖୋଜାଖୋଜି ଜାରି ରଖିଥିଲେ। କିନ୍ତୁ ମାଧଙ୍କ କୌଣସି ସନ୍ଧାନ ମିଳି ନଥିଲା। ଆଜି କିଛି ଲୋକେ ଶୁଖିଲା କାଠ ଓ ଶାଗ ଆଣିବାକୁ ଯାଇ ତାଙ୍କ ଗଳିତ ଶବ ଦେଖି ଗାଁରେ ଅବଗତ କରିଥିଲେ। ପରେ ସାନ ଭାଇ ହଳଧର ସିଂ ଘଟଣାସ୍ଥଳକୁ ଯାଇ ଭାଇଙ୍କ ବଳା, ଲୁଙ୍ଗି ଓ ପିନ୍ଧିଥିବା ଗଞ୍ଜିକୁ ଦେଖି ଶବ ଚିହ୍ନଟ କରିଥିଲେ। ଗାଁ ଲୋକଙ୍କ ସହାୟତାରେ ଗଳିତ ଶବକୁ ଅନ୍ତିମ ଶତ୍କାର ପାଇଁ ନେଇଥିଲେ। ଘଟଣାସ୍ଥଳରୁ ମିଳିଥିବା ବିଶ ଡବାକୁ ଦେଖି ବିଶ ଖାଇ ମାଧ ଜୀବନ ହାରିଥିବା ଅନୁମାନ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/04/e7fafdef-0f56-4edf-ad72-5efe655f2407.jpeg)