ଚିଲିକା: ଖୋର୍ଦ୍ଧାରୋଡ ରେଳ ଡିଭିଜନ ଅନ୍ତର୍ଗତ ଗଙ୍ଗାଧରପୁର ରେଳଷ୍ଟେସନ ନିକଟରୁ ଏକ ଗଳିତ ଶବ ଉଦ୍ଧାର ହୋଇଛି। ଉକ୍ତ ଷ୍ଟେସନ ନିକଟସ୍ଥ ଟ୍ରାକ ପାର୍ଶ୍ଵବର୍ତ୍ତୀ ତଳିଆ ଅଞ୍ଚଳରୁ ଶବଟିକୁ ଉଦ୍ଧାର କରାଯାଇଛି। ଶବଟି ଦୁଇରୁ ତିନି ଦିନ ହେବ ସେଠାରେ ପଡିରହିଥିବା ସନ୍ଦେହ ହେଉଛି। ମୃତକ ଜଣକ ଚିଲିକା ବ୍ଲକ ବଉଳାବନ୍ଧ ଗ୍ରାମର ସୁମନ୍ତ ନାୟକ (୪୫) ବୋଲି ଜଣାପଡିଛି। ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ମୁତାବକ ସୁମନ୍ତ ବିଗତ ୩ ଦିନ ହେଲା ନିଖୋଜ ଥିଲେ। ତେବେ ମୃତ୍ୟୁର କାରଣ ଜଣାପଡିନଥିବା ବେଳେ ଖୋର୍ଦ୍ଧା ରୋଡ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି।
ନିଖୋଜ ଯୁବକଙ୍କ ମୃତହେଦ ରେଳଷ୍ଟେସନ ନିକଟରୁ ଉଦ୍ଧାର
/sambad/media/post_attachments/wp-content/uploads/2022/06/dead-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)