ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଯବାନ ଓ ମାଓବାଦୀ ମଧ୍ୟ ଗୁଳିବିନିମୟ ହୋଇଛି। ଏଥିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ପୁଲିସ ଦାବି କରିଛି। ମାଓବାଦୀମାନେ ୨ ଜଣ ସାଥୀଙ୍କ ମୃତଦେହକୁ ବୋହି ନେଉଥିବା ବେଳେ ଡ୍ରୋନ୍‌ କ୍ୟାମେରାରେ ଏଭଳି କିଛି ଦୃଶ୍ୟ କଏଦ ହୋଇଛି। ମଙ୍ଗଳବାର ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବା ବେଳେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ କରିଥିବା ନଜିର ରହିଛି।

Advertisment

publive-image

ସୂଚନା ଅନୁଯାୟୀ, ବିଜାପୁର ଥାନା ଅନ୍ତର୍ଗତ ପଦେଡା ଗ୍ରାମ ନିକଟରେ ଥିବା ଜଙ୍ଗଲ ଅଭିମୁଖେ ମଙ୍ଗଳବାର ସାଢ଼େ ୧ଟା ବେଳେ ସିଆରପିଏଫ ଯବାନମାନ ସର୍ଚ୍ଚଅପରେସନରେ ବାହାରିଥିଲେ। ଯବାନଙ୍କୁ ଆଘାତ କରିବା ପାଇଁ ମାଓବାଦୀମାନେ ସେଠାରେ ଆମ୍ବୁସ ଲଗାଇ ବସିଥିଲେ। ଯବାନମାନେ ଆସୁଥିବାର ଖବର ପାଇଁ ମାଓବାଦୀମାନ ଗୁଳି ଚାଳନା କରିଥିଲେ। ଯବାନମାନେ ମଧ୍ୟ ପାଲଟା ଗୁଳି ଚାଳନା କରିଥିଲେ। ଉଭୟଙ୍କ ମଧ୍ୟରେ ବହୁ ସମୟ ଧରି ଗୁଳିବିନିମୟ ହୋଇଥିବା ବେଳେ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଏହାପରେ ଯବାନମାନେ ସେଠାରେ ସର୍ଚ୍ଚ ଅପରେସନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ରକ୍ତ ଲାଗିଥିବାର ଦେଖିଥିଲେ।

ଏନେଇ ବିଜାପୁର ଏସପି ଆଞ୍ଜନେୟ ବାର୍ଣ୍ଣେୟ କହିଛନ୍ତି ଯେ, ନିର୍ବାଚନ କାରଣରୁ ଆକାଶମାର୍ଗରୁ ହେଲିକେପ୍ଟର ଓ ଡ୍ରୋନ ମାଧ୍ୟମରେ ମଧ୍ୟ ମାଓବାଦୀଙ୍ଗ ଗତିବିଧିକୁ ରଖାଯାଉଥିଲା। ସେହି ସମୟରେ ଡ୍ରୋନ କ୍ୟାମେରାରେ ମାଓବାଦୀଙ୍କ ଗତିବିଧି କଏଦ ହୋଇଥିଲା। ସେହି ଭିଡିଓରୁ ଜଣାପଡୁଥିଲା ଯେ ପ୍ରାୟ ଶହେରୁ ଅଧିକ ମାଓବାଦୀ ସେହି ଜଙ୍ଗଲ ରାସ୍ତା ଦେଇ ଯାଉଥିଲେ। ସେମାନେ ୨ ଜଣ ମାଓବାଦୀନେ କାହାକୁ କାନ୍ଧେଇ ନେଇ ଯାଉଥିବାର ଦୃଶ୍ୟ ଦେଖାଯାଉଥିଲା। ଯବାନଙ୍କ ଗୁଳିରେ ୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ସେମାନେ ମୃତଙ୍କ ଶବକୁ ନେଉଥିବା ନେଇ ଦାବି କରିଛନ୍ତି।