ରାୟଗଡ଼ା: ଗତ ସପ୍ତାହ ମଧ୍ୟରେ ଦୁଇ ଜଣ ଓଡ଼ିଆ ଦାଦନ ଶ୍ରମିକଙ୍କର ମୃତ୍ୟୁ ହେଲାଣି। ଅର୍ଥଅଭାବରୁ ଶବକୁ ଆଣିବା ପାଇଁ ପରିବାର ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି। ଏବେ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ବିଶାଖାପାଟଣା ରେଳ ଷ୍ଟେସନରେ ହୋଇଛି। ପାଖରେ ଟଂକା ନଥିବାରୁ ପରିବାର ଲୋକେ ଶବକୁ ନିଜ ଘରକୁ ଆଣିବାରେ ଅସୁବିଧା ଭୋଗୁଛନ୍ତି।
କାଶୀପୁର ବ୍ଲକର ଚନ୍ଦ୍ରଗିରି ପଞ୍ଚାୟତର କଷାନଦରା ଗ୍ରାମର ଚୈତନ ମାଝି ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଯାଇଥିଲେ। ଚୈତନ୍ୟଙ୍କର ଝାଡାବାନ୍ତି ହେବାରୁ ତାଂକୁ ଘରକୁ ଅଣାଯାଉଥିଲା। ବିଶାଖାପାଟଣା ରେଳ ଷ୍ଟେସନରେ ତାଂକର ମୃତ୍ୟୁ ହୋଇଯାଇଥିଲା। ଶବ ନିକଟରେ ଆଉ ଦୁଇ ଜଣ ରହିଥିବା ଜଣପଡିଛି। ସେମାନେ ଟଂକା ନଥିବାରୁ ଷ୍ଟେସନରେ ହିଁ ଶବକୁ ଜଗି ରହିଛନ୍ତି।
ଏହି ଖବର ଚୈତନ୍ୟର ପୁଅ ଅନ୍ତ ମାଝିଙ୍କୁ ଦେବା ପରେ ଅନ୍ତ ମାଝି ଆଜି ଶ୍ରମ ବିଭାଗ ନିକଟରେ ଫେରାଦ ହୋଇ ବାପାଙ୍କ ଶବକୁ ଆଣିବାକୁ ଆର୍ଥିକ ସହାୟତା ମାଗିଛନ୍ତି।ତେବେ ଶ୍ରମ ବିଭାଗ ପକ୍ଷରୁ ଶବକୁ ଆଣିବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/Rgda-dadan-ra-mrutyu.jpg)