ସାଉଦି ଆରବରୁ ଫେରିଲା ଓଡିଆ ଯୁବକଙ୍କ ମରଶରୀର

ଭୁବନେଶ୍ବର: ସାଉଦି ଆରବରେ ମୃତ ଓଡିଆ ଯୁବକ ଶୁଭକାନ୍ତ ପ୍ରଧାନଙ୍କ ମରଶରୀର ଆଜି ତାଙ୍କ ଗ୍ରାମରେ ପହଞ୍ଚିଛି। ଶୁଭକାନ୍ତଙ୍କ ମରଶରୀର ଫେରି ଆସିବା ପାଇଁ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ହସ୍ତକ୍ଷେପ କରଥିଲେ। ସେ ଶୁଭକାନ୍ତଙ୍କ ମରଶରୀର ଫେରାଇଆଣିବା ପାଇଁ ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରିବା ସହ ଏକ ପତ୍ର ଲେଖି ନିବେଦନ କରିଥିଲେ।

ସୂଚନାଯୋଗ୍ୟ, ନୟାଗଡ ଜିଲ୍ଲା ଇଟାମାଟି ଥାନା ଅର୍ନ୍ତଗତ ଲାଠିପଡା (ନୂଆସାହି) ଗ୍ରାମର ପ୍ରହଲ୍ଲାଦ ପ୍ରଧାନଙ୍କ ପୁଅ ଶୁଭକାନ୍ତ ପ୍ରଧାନ ସାଉଦି ଆରବର ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଗତ ଜାନୁଆରି ମାସ ୧୧ ତାରିଖରେ ଶୁଭକାନ୍ତ ଆତ୍ମହତ୍ୟା କରିଥିବା ଖବର କମ୍ପାନି କର୍ତ୍ତୃପକ୍ଷ ପ୍ରହଲ୍ଲାଦଙ୍କୁ ୧୨ ତାରିଖ ଜଣାଇଥିଲେ। ପରିବାର ଲୋକ ବହୁ ଚେଷ୍ଟା କରି ବିଫଳ ହେବା ପରେ ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ଲେଖିଥିଲେ। ଅନୁରୋଧକ୍ରମେ ଶ୍ରୀଯୁକ୍ତ ପଣ୍ଡା ସାଉଦି ଆରବରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ଏ ବିଷୟରେ ଅବଗତ କରିବା ସହ ମରଶରୀର ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିବେଦନ କରିଥିଲେ। ଶେଷରେ ମରଶରୀର କୋଲକତା ବିମାନ ବନ୍ଦରରେ ପହଛିବା ପରେ ସେଠାରୁ ସଡକ ଯୋଗେ ଆଜି ନିଜ ଗ୍ରାମ ଲାଠିପଡାରେ ପହଞ୍ଚିବା ପରେ ସେଠାରେ ଶୋକର ଛାୟା ଖେଳି ଯାଇଥିଲା। ଶ୍ରୀଯୁକ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପାଇଁ ପରିବାର ଲୋକ କୃତଜ୍ଞତା ଜଣାଇଥିବାବେଳେ ଶ୍ରୀଯୁକ୍ତ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର