ଚାଷଜମିରେ ମୃତଦେହ ଠାବ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

Advertisment
ଚାଷଜମିରେ ମୃତଦେହ ଠାବ; ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ, ଜଣେ ଅଟକ

ମୁରିବାହାଲ/କଣ୍ଟାବାଞ୍ଜି: ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ଥାନା ଅନ୍ତର୍ଗତ ଇଛାପଡା ଗ୍ରାମପଞ୍ଚାୟତର ସରଗୁଲ ଗ୍ରାମରେ ଶନିବାର ଚାଷଜମିରେ ଜଣେ ବ୍ୟକ୍ତିଙ୍କର ମୃତଦେହ ଠାବ କରାଯାଇଛି। ମୃତବ୍ୟକ୍ତି ହେଲେ କାଳିଆ କଲେତ (୫୦)। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ପୁଲିସ ସନ୍ଦେହରେ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁସାରେ ସରଗୁଲ ଗ୍ରାମର କାଳିଆ କଲେତଙ୍କ ମୃତଦେହ ବାୟାଉଦର ଛକ ନିକଟରେ ଏକ ବାହାଲଜମିରେ ପଡ଼ିଥିବା ଲୋକେ ଦେଖିଥିଲେ। ପରେ ପରିବାର ତରଫରୁ ମୁରିବାହାଲ ଥାନାକୁ ଜଣାଇବାରୁ ପୁଲିସ ଘଟଣାସ୍ଥଳରୁ ମୃତଦେହକୁ ନିଜ ହେପାଜତକୁ ଆଣିଥିଲା। କାଳିଆ କଲେତ ଗାଈ ଚରାନ୍ତି। ଉକ୍ତ ଗ୍ରାମର କୁଳୁତ ଭୋଇ କର ଧାନକୁ କଲେତଙ୍କ କିଛି ଗାଈ ପଶିଥିଲେ। ଗାଈମାନେ ଧାନ ଖାଇ ଦେଇଥିବାରୁ, କୁଳୁତ ଭୋଇ ରାଗିଯାଇ ମାରିଦେବି ବୋଲି ଗ୍ରାମରେ କହୁଥିଲା ବୋଲି ଗ୍ରାମର କେତେକ ଜଣ କହିଛନ୍ତି। ଏହି ପରିପ୍ରେକ୍ଷୀରେ କାଳିଆଙ୍କ ମୃତ୍ୟୁ ହୋଇଥିବାରୁ ଭୋଇଙ୍କୁ ସନ୍ଦେହରେ ପୁଲିସ ଅଟକ ରଖିଛି।

ଉକ୍ତ ଖବର ପାଇଁ କଣ୍ଟାବାଞ୍ଜି ଏସ୍‌ଡିପିଓ ଗୌରାଙ୍ଗ ସାହୁ, ମୁରିବାହାଲ ଥାନା ଏସ୍‌ଆଇ ପ୍ରମୋଦ ପ୍ରଧାନ ଓ ଏକ ଦଳ ଘଟଣାସ୍ଥଳକୁ ଯାଇ ମୃତଦେହ ନିଜ ହେପାଜତକୁ ଆଣି ତଦନ୍ତ କରୁଛନ୍ତି। ଅନ୍ୟପଟରେ ମୃତ ଦେହରେ କୌଣସି କ୍ଷତବିକ୍ଷତ ଚିହ୍ନ ନଥିବାରୁ ସାଇଟିଫିକ ଦଳ ଓ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe