ରାଇଘର: ପ୍ରେମ ଓ ପରେ ଶାରିରୀକ ସମ୍ପର୍କ ସ୍ଥାପନ। ଶେଷରେ ଗର୍ଭବତୀ ହୋଇ ପ୍ରେମିକ ପାଖକୁ ଯାଇ ଆଶ୍ରୟ ଦେବାକୁ ନେହୁରା ହୋଇ ପ୍ରତାରଣାର ଶିକାର ହୋଇ ଫେରିଥିଲେ ଯୁବତୀ। ବୁଧବାର ସକାଳୁ ଏକ ମକା ଜମିରେ ଥିବା ତେନ୍ତୁଳି ଗଛରୁ ପୁଲିସ ଉକ୍ତ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର କରିଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ହଳଦୀ ପଞ୍ଚାୟତର ଶିରାପାରା ଗ୍ରାମରେ। ମୃତ ଯୁବତୀ ଜଣକ ବରନ୍ଦୁ ଗଉଡ଼ଙ୍କ ଝିଅ କତା ଗଉଡ଼ (୨୩)। ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଗ୍ରାମବାସୀ ଚର୍ଚ୍ଚା କରୁଛନ୍ତି। ଅପରପକ୍ଷରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହିଁ ପ୍ରକୃତ ଘଟଣା ପଦାକୁ ଆସିବ ବୋଲି କୁହାଯାଉଛି।
ସୂଚନା ଅନୁଯାୟୀ ଆଜି ସକାଳୁ ଶିରାପାରା ଗ୍ରାମର ପୂଜାରୀ ତୁଳସୀ ରାମ୍ ଗଣ୍ଡ ଶୌଚ ହେବାକୁ ପୋଖରୀକୁ ଯାଉଥିବା ବେଳେ ଡଙ୍ଗରିପାରା ଗ୍ରାମର ରାମଜୀ ଗଣ୍ଡଙ୍କ ମକା ଜମିରେ ଥିବା ଏକ ତେନ୍ତୁଳି ଗଛରେ ଜଣେ ଯୁବତୀଙ୍କ ମର ଶରୀର ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଏ ସମ୍ପର୍କରେ ଗ୍ରାମରେ ଜଣାଇବା ପରେ ଯୁବତୀ ଜଣକ ବରନ୍ଦୁ ଗଉଡ଼ଙ୍କ ସାନ ଝିଅ କତା ଗଉଡ଼ ବୋଲି ପ୍ରକୃତ ପରିଚୟ ମିଳିଥିଲା। କତା ଗଉଡ଼ ପୂର୍ବରୁ ୫ ମାସର ଗର୍ଭବତୀ ବୋଲି ଆଶାକର୍ମୀ ଓ ଅଙ୍ଗନବାଡି କର୍ମୀ କହିଥିବା ବେଳେ ତାଙ୍କୁ ହତ୍ୟା କରି ଟାଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜି କରି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/0954f017-91fb-4d6d-b171-7e8830002e4d.jpg)