ଭୁବନେଶ୍ୱର: ଜମ୍ମୁକଶ୍ମୀରରେ ସହିଦ ହୋଇଥିବା ଓଡ଼ିଆ ଯବାନଙ୍କ ପାର୍ଥିବ ଗୁରୁବାର ଓଡ଼ିଶା ପହଂଚିବ। ଓଡ଼ିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର ଆଜି ପହଂଚିବାର ଥିଲା କିନ୍ତୁ ବିହାରର ପାଟଣା ଠାରେ ବିମାନରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ମରଶରୀର ଆସିବାରେ ବିଳମ୍ବ ହୋଇଛି।
ସୂଚନାଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ବଡ଼ସୁଆଁଳ ଗାଁର ସହିଦ ଯବାନ ଅଜିତ ସାହୁ ଅନନ୍ତନାଗରେ ଏଲଇଡି ବିସ୍ଫୋରଣରେ ସହିଦ ହୋଇଛନ୍ତି।
ପରିବାର ସ୍ତବ୍ଧ; ଶୋକରେ ବୁଡ଼ିଲା ବଡ଼ସୁଆଁଳ
ଫେସ୍ବୁକ୍ ଆକାଉଣ୍ଟରେ ଲେଖିଥିଲେ ‘ଦେଶ୍ କେ ଲିୟେ ଜିନା, ଦେଶ୍ କେ ଲିୟେ ମର୍ନା’..ହେଲେ ୨୪ ଘଣ୍ଟା ବିତିନି, ଦେଶ ପାଇଁ ସେ ସହିଦ ହୋଇଗଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ବଡ଼ସୁଆଁଳ ଗାଁର ଯବାନ ଅଜିତ କୁମାର ସାହୁ(୨୭) ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି। ଏହି ଦୁଃଖଦ ଘଟଣା ବଡ଼ସୁଆଁଳ ସମେତ ସମଗ୍ର କାମାକ୍ଷାନଗର ଉପଖଣ୍ଡକୁ ଶୋକରେ ଡୁବାଇ ଦେଇଛି। ବଡ଼ସୁଆଁଳ ଗାଁର ସନ୍ତୋଷ ସାହୁଙ୍କ ସାନ ପୁଅ ଅଜିତ ମାତ୍ର ୪ ବର୍ଷ ତଳେ ଭାରତୀୟ ସୈନ୍ୟ ବାହିନୀରେ ଯୋଗ ଦେଇଥିଲେ। ତାଲିମ ଶେଷ ପରେ କୋଲକତାରେ ୨ ବର୍ଷ କାର୍ଯ୍ୟ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/download-48.jpg)