ସୁନ୍ଦରଗଡ଼: ବନ୍ଦ ଆଟାଚିରେ ସୁନ୍ଦରଗଡ଼ର ଯୁବତୀଙ୍କ ମୃତଦେହ। ମୁମ୍ଵାଇ କୁର୍ଲା ରେଲଓ୍ଵେ ଷ୍ଟେସନରୁ ଉଦ୍ଧାର। ମୃତ ଯୁବତୀଙ୍କ ନାଁ ପ୍ରତିମା କିଶପଟ୍ଟା, ଘର ଲେଫ୍ରିପଡ଼ା ଥାନା ବନ୍ଦଲିକାନି ସୂଚନା। କିଛି ମାସ ତଳେ ସେ ମୁମ୍ଵାଇ ଦାଦନ ଖଟିବାକୁ ଯାଇ ସେଠାରେ ଜଣକ ଘରେ କାମ କରୁଥିଲେ। ଗତ ୧୯ ତାରିଖରେ କୁର୍ଲା ଷ୍ଟେସନରେ ଏକ ବନ୍ଦ ଆଟାଚି ପଡ଼ିଥିବା ଦେଖି ଜିଆରପି ସନ୍ଦେହରେ ଖୋଲିବା ପରେ ଯୁବତୀଙ୍କ ମୃତଦେହ ମିଳିଥିଲା। ମୃତାଙ୍କ ପାଖରୁ ଠିକଣା ମିଳିବା ପରେ ପୁଲିସ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା। ଏହା ପରେ ପରିବାର ଲୋକେ ମୁମ୍ବାଇ ଯାଇଛନ୍ତି। ତେ‌ବେ ଯୁବତୀଙ୍କ ମୃତ୍ୟୁ କିପରି ହେଲା, ଆଟାଚି ଭିତରେ ମୃତଦେହ କିଏ ରଖିଲା ଜଣାପଡ଼ିନାହିଁ। ଆଟାଚିରୁ ଶବ ମିଳିବା ଓ ପାରପାର୍ଶ୍ବିକସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ‌ବୋଲି ଜିଆରିପି କହିଛି।