ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ସୀ ଗାଁ ନିକଟ ତେଲ ନଦୀରୁ ମଙ୍ଗଳବାର ଦିନ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହେଇଛି। ମୃତ ବ୍ୟକ୍ତିଙ୍କ ପାରିପାର୍ଶ୍ବିକ ଅବସ୍ଥା ଦେଖିଲେ ହତ୍ୟା ସନ୍ଦେହ କରାଯାଉଛି, ଯାହାକୁ ନେଇ ସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହେଉଛି।

Advertisment

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ବୁର୍ଜା ଏବଂ କୁର୍ସି ରାସ୍ତା ମଧ୍ୟରେ ଥିବା ତେଲ ନଦୀ ପୋଲ ତଳେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ପଡ଼ି ରହିଥିବା କୁର୍ସି ଗ୍ରାମର କିଛି ଯୁବକ ସକାଳେ ଶୌଚ ପାଇଁ ଯାଇଥିବା ବେଳେ ଦେଖିବାକୁ ପାଇଥିଲେ। ଉକ୍ତ ଖବର ଆଖି ପିଛୁଳାକେ ସାରା ଅଂଚଳରେ ବ୍ୟାପି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଜନଗହଳି ମଧ୍ୟ ହୋଇଥିଲା। ପରବର୍ତ୍ତୀ ସମୟରେ ଉକ୍ତ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇବା ପରେ ସରପଞ୍ଚ ଉମରକୋଟ ପୁଲିସକୁ ଖବର ଦେଇଥିଲେ।

ଖବର ପାଇ ଆଇଆଇସି ଡମ୍ବରୁଧର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଥିଲେ। ସାଙ୍ଗରେ ସ।ଇଣ୍ଟିଫିକ ଟିମ୍‌ ମଧ୍ୟ ପହଞ୍ଚି ଥିଲେ। ମୃତ ବ୍ୟକ୍ତିଙ୍କର ମୁଣ୍ଡ ଓ ଥଡ଼ିରେ ଆଘାତ ହେବ। ସହ ରକ୍ତ ବୋହୂଥିଲା। ବେକ ଓ ପାଟିରେ ଗାମୁଛାରେ ଜୋର୍‌ରେ ବାନ୍ଧି ଦିଆ ଯାଇଥିଲା। କୂଳ ରେଏକ ରକ୍ତ ଭିଜା ପଥର ପଡ଼ି ଥିଲା। ତେବେ ଏ ସବୁ ଦେଖିବା ପରେ ଜଣାପଡ଼ୁଛି ଯେ ପ୍ରଥମେ ହତ୍ୟା କରାଯାଇଛି ଓ ପରେ ନଦୀ ଭିତରକୁ ପେଲି ଦିଆଯାଇଛି। ଏପରି କି ନଦୀର ପିଲର ଉପରେ ରକ୍ତ ଲାଗିଥିବା ସ୍ଥାନୀୟବାସୀ କହିଛନ୍ତି।

ପୁଲିସ ମୃତଦେହ ଓ ରକ୍ତ ଭିଜା ପଥରକୁ ଜବତ କରିଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ଓ କୁର୍ସୀ ସରପଞ୍ଚ ରତି ରାମ ମାଝୀଙ୍କ ଏତଲା କ୍ରମେ ଉମରକୋଟ ଥାନାରେ ହତ୍ୟା ମାମଲା ରୁଜୁ କରାଯାଇଛି ବୋଲି ଆଇଆଇସି ସୂଚନା ଦେଇଛନ୍ତି। ତେବେ ଏପରି ଘଟଣା ଅଂଚଳ ରେ ପ୍ରଥମ ଥର ପାଇଁ ହେଇ ଥିବାରୁ ସମଗ୍ର ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି। ବର୍ତ୍ତମାନ ଜାଇ ଅଚିହ୍ନା ବ୍ୟକ୍ତିର ପରିଚୟ ମିଳି ନାହିଁ।