ରାଉରକେଲା/ବେଦବ୍ୟାସ,: ଲାଠିକଟା ବ୍ଲକ ଅନ୍ତର୍ଗତ ଗୋଟିଧର ରୁତୁକପିଢ଼ି ନିକଟସ୍ଥ ସରଂକ୍ଷିତ ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ପରିଚୟ ମିଳିନି। ମୃତ ଶରୀରରେ କ୍ଷତ ଚିହ୍ନ ଥିବାରୁ କେହି ହତ୍ୟା କରି ଫିଙ୍ଗିଦେଇଥିବା ଅନୁମାନ କରାଯାଉଛି। ବ୍ରାହ୍ମଣୀତରଙ୍ଗ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)କୁ ପଠାଇଛି। ସକାଳ ପ୍ରାୟ ୯ଟାରେ ଜଙ୍ଗଲରେ ମହିଳାଙ୍କ ଶବ ପଡ଼ିଥିବା ସ୍ଥାନୀୟ ଅଞ୍ଚଳର କିଛି ଲୋକ ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
ଜଙ୍ଗଲରୁ ମହିଳାଙ୍କ ଶବ ଉଦ୍ଧାର: ହତ୍ୟା ପରେ ଫିଙ୍ଗିଦେଇଥିବା ସନ୍ଦେହ
/sambad/media/post_attachments/wp-content/uploads/2023/06/dead-fff.jpg)