କେନ୍ଦୁଝର: କେନ୍ଦୁଝର ସଦର ଥାନା "ତଳ ଯାଗର" ଗ୍ରାମର ୱାର୍ଡ଼ ମେମ୍ବର ଭଗବାନ ଦେହୁରୀଙ୍କ ଶବ ତାଙ୍କ ଘର ନିକଟ ନାଳରେ ଭାସୁଥିବା ଅବସ୍ଥାରେ ଠାବ ହୋଇଛି। ଗତକାଲି କୁମୁଣ୍ଡି ପଞ୍ଚାୟତରେ ଏକ ସଭାକୁ ଯାଇ ଥିଲେ ଭଗବାନ। ସେଠାରୁ ସେ ଆଉ ଘରକୁ ଫେରି ନ ଥିଲେ।
ଆଜି ସକାଳେ ତାଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ପରିବାର ଲୋକ ହତ୍ୟା ସନ୍ଦେହ କରୁଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/unt.jpg)