ବୀରମହାରାଜପୁର: ପରିତ୍ୟକ୍ତ କୂଅରୁ ନିଖୋଜ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହିଳୁଙ୍ଗ ଗାଁରେ ଏହି ଅଘଟଣ ଘଟିଛି। ମୃତକ ହେଲେ ହିଲୁଙ୍ଗ ଗାଁର ଶୋଭା ଭୋଇ (୬୦)।

Advertisment

ସୂଚନା ଅନୁସାରେ ଶୋଭା ଭୋଇ ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିଲେ। ପରିବାର ଲୋକ ତାଙ୍କୁ ଖୋଜାଖୋଜି କରିଥିଲେ ହେଁ କୌଣସି ସୂଚନା ପାଇ ନଥିଲେ। ତେବେ ଗାଁ ନିକଟରେ ଥିବା ଏକ ପରିତ୍ୟକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା ଆଜି କିଛି ଲୋକ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସାହାଯ୍ୟରେ ମୃତଦେହ ଉଦ୍ଧାର କରିଥିଲା। ମୃତ ବ୍ୟକ୍ତି ଶୋଭା ଭୋଇ ବୋଲି ଚିହ୍ନଟ ହୋଇଥିଲା।

ଏନେଇ ପୁଲିସ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। କୂଅରୁ ଶବ ଉଦ୍ଧାର କଲାପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୁଲିସ ସନ୍ଦେହ କରୁଛି। କାରଣ ମୃତକଙ୍କ ତଣ୍ଟି କଟା ଯାଇଥିବା ଜଣାପଡିଛି। ପୁଲିସ୍ ଘଟଣାର ଅଧିକ ତଦନ୍ତ ଚଳାଇଛି।