ମଣ୍ଡଳ: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଡୁଡୁକାମାଲ ଗାଁରେ ହେମବତୀ ମାଝୀ ନାମ୍ନୀ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଘର ଭିତରୁ ଉଦ୍ଧାର ହୋଇଛି। ହେମବତୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ସ୍ବାମୀ ପୁରନ୍ଦର ମାଝୀ ପୁଲିସକୁ କହିଛନ୍ତି। ହେଲେ ଏହାକୁ ବିଶ୍ୱାସ କରୁନାହାନ୍ତି ହେମବତୀଙ୍କ ବାପଘର ଲୋକେ। ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଥିବା ସେମାନେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ସାଇଣ୍ଟିକଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ପୁରନ୍ଦରଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ସୂଚନା ଅନୁସାରେ, ୨ ବର୍ଷ ତଳେ ତୁରକେଲା ଥାନା ବାଘୁଆପଡ଼ା ଗାଁର ମଙ୍ଗଳୁ ମାଝୀଙ୍କ ଝିଅ ହେମବତୀଙ୍କୁ ପୁରନ୍ଦର ରୀତିନୀତି ଅନୁସାରେ ବାହା ହୋଇଥିଲେ। ମଝିରେ ମଝିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡ଼ା ଲାଗିରହୁଥିଲା। ଗୁରୁବାର ଦିନ ୧୧ଟାରେ ପୁରନ୍ଦର ତାଙ୍କ ଶ୍ବଶୁର ଘରକୁ ହେମବତୀଙ୍କ ମୃତ୍ୟୁ ଘଟିଥିବା ଫୋନ କରି ଜଣାଇଥିଲେ। ପରିବାର ଲୋକେ ଆସି ଦେଖିବା ପରେ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ।
ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର; ହତ୍ୟା ଅଭିଯୋଗ, ସ୍ୱାମୀ ଅଟକ
/sambad/media/post_attachments/wp-content/uploads/2022/09/dead-2.jpg)