ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ବଙ୍ଗୋମୁଣ୍ଡା ରାସ୍ତାରେ ଥିବା  ଆରଏମସି ନିକଟରେ ଏକ ଇଟାଭାଟି ନିକଟରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଯୁବତୀ ଇଟାଭାଟିରେ ଶ୍ରମିକ ଭାବେ କାମ କରୁଥିଲେ। ମୃତ୍ୟୁର କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କଣ୍ଟାବାଞ୍ଜି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି। ମୃତ ଯୁବତୀଙ୍କ ନାଁ ନଲନୀ ସେଠୀ। ସେ ବୌଦ୍ଧ ଥାନା ଅନ୍ତର୍ଗତ ଜଗତା ଗାଁର ବୋଲି ଜଣାପଡିଛି। ଗତ ୬ ମାସ ହେବ ସେ ଏହି ଇଟା ଭାଟିରେ ତାଙ୍କର ନାନା ସହିତ ରହୁଥିଲେ। ଆଜି ସକାଳୁ ଶୌଚ ପାଇଁ ଯାଉଛି କହି ଯୁବତୀ ଜଣକ ଆଉ ଫେରିନଥିଲେ। ପରେ କିଛି ଲୋକ ଝୁଳନ୍ତା ଅବସ୍ଥାରେ ନଲନୀକୁ ଦେଖି ପୁଲିସକୁ ଖବର ଦେଇଥିଲେ ।

ସମ୍ବନ୍ଧିତ ଖବର