ରାଉରକେଲା : ହୋଟେଲ ମାଲିକଙ୍କ ଘରେ କାମ କରୁଥିବା ମେଡ ସର୍ଭେଣ୍ଟର ମୃତଦେହ ଝୁଲନ୍ତା ଅବସ୍ଥାରେ ତାଙ୍କ ରୁମରୁ ମିଳିଛି। କେଉଁ ପରିପ୍ରେକ୍ଷୀରେ ଝୁଲନ୍ତା ଶରୀର ମିଳିଲା ପୁଲିସ ତାର ତଦନ୍ତ କରୁଛି।
/sambad/media/post_attachments/wp-content/uploads/2022/09/d66d066b-1ae6-4f9a-a0e3-294959fee3d4.jpg)
ମିଳିଥିବା ସୂଚନା ମୁତାବକ ଜିଲ୍ଲାର କେ ବଳଙ୍ଗ ଥାନା ଅଞ୍ଚଳର ଜଣେ ଯୁବତୀ ବିରସମଣି ବଡାଇକ ରାଉରକେଲା ଉଦିତନଗର ଅଞ୍ଚଳରେ ମେଡ ସର୍ଭେଣ୍ଟ ଭାବେ କାମ କରୁଥିଲେ। ସେ ହୋଟେଲ ଅମୃତ ସାଗର ମାଲିକଙ୍କ ଘରେ କାମ କରୁଥିଲେ। ହୋଟେଲ ମାଲିକ ତାଙ୍କର ରହିବାକୁ ଏକ ରୁମ ମଧ୍ୟ ଦେଇଥିଲେ। ଶୁକ୍ରବାର ରାତିରେ ଉକ୍ତ ଯୁବତୀଙ୍କ ମୃତଦେହ ଝୁଲାନ୍ତା ଅବସ୍ଥାରେ ତାଙ୍କ ରୁମରେ ମିଳିଥିଲା । ଉକ୍ତ ଯୁବତୀଙ୍କୁ ତୁରନ୍ତ ଆରଜିଏଚ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଗତକାଲି ରାତିରେ ମୃତ ବିରସମଣି କୁଆରମୁଣ୍ଡାରେ ରହୁଥିବା ତାଙ୍କ ଭଉଣୀ ସଙ୍ଗେ କଥା ହୋଇଥିଲେ। ସେତେବେଳେ ସେ ବହୁତ ହାସଖୁସିରେ କଥାବାର୍ତ୍ତା କରୁଥିଲେ ବୋଲି କହିଛନ୍ତି ତାଙ୍କ ଭଉଣୀ। ଏବେ ଏହି ଘଟଣାରେ ପୁଲିସ ତଦନ୍ତ ଜାରି ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/70183b23-00ba-463c-bd7f-f3271d0ea6c4.jpg)