ବସ୍ତା: ବସ୍ତା ଥାନା ସୁବର୍ଣ୍ଣରେଖା ନଦୀରୁ ଅଖା ଭିତରେ ମହିଳାଙ୍କ ମୃତଦେହ ଉଧାର କରିଛି ପୁଲିସ। ମହିଳାଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ମାରି ଆଖାରେ ଭର୍ତ୍ତି କରି ନଦୀରେ ଭାସାଇଥିବା ଜଣାଯାଇଛି। ଆଜି ସକାଳେ ସୁବର୍ଣ୍ଣରେଖା ନଦୀ ବେଣାପୁରା ବାରୁଣୀ ଘାଟରେ ଅଖରେ ସନ୍ଦେହ ଅବସ୍ଥାରେ କିଛି ଭାସୁଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅମର୍ଦ୍ଦାରୋଡ ଫାଣ୍ଡି ଅଧିକାରୀ ସନ୍ଦୀପ କୁମାର୍ କୁଜୁର ସଦଳେ ବେଳେ ଘଟଣାସ୍ଥଳ ରେ ପହଞ୍ଚି ନଦୀରେ ଭାସୁଥିବା ଆଖକୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ବସ୍ତା ଅଗ୍ନିଶମ ବାହିନୀ ଘଟଣାସ୍ଥରେ ପହଞ୍ଚି ଅଖାକୁ ଉଦ୍ଧାର କରିବାସହ ସେଥିରେ ଥିବା ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର କରିଥିଲେ। ମୃତ ମହିଳାଙ୍କ କୌଣସି ପରିଚୟ ମିଳିନଥିବା ବେଳେ ତାଙ୍କୁ କେହି ହତ୍ୟାକରି ନଦୀକୁ ଫିଙ୍ଗିଥିବା ଅନୁମାନ କରାଯାଉଛି।ପୁଲିସ ଘଟଣାର ତଦନ୍ତ ଚଳାଇଛି।