ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ରତଙ୍ଗ ପଞ୍ଚାୟତ ସେସ୍କାଯୋଡ଼ି ଗ୍ରାମ ନିକଟରେ ଥିବା ରୁଗୁଡ଼ିପଦା ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଫିରିଙ୍ଗିଆ ପୁଲିସ ଉଦ୍ଧାର କରିଛି। ମୃତକ ଜଣଙ୍କ ହେଉଛନ୍ତି ଫିରିଙ୍ଗିଆ ଥାନା କୁତିବାର ଗାଁର ସୁଜିତ କୁମାର ନାୟକ ଓରଫ ଟୁଟୁ (୩୭)। ଏ ନେଇ ପରିବାର ଲୋକଙ୍କ ଆଡୁ ହତ୍ୟ ଅଭିଯୋଗ କରାଯାଇଛି। ଏତଲା ଆଧାରରେ ପୁଲିସ କେସ୍ ନଂ ୧୭୪/୨୦୨୨ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ମୃତଦେହ ପାଖରୁ ଗାଡ଼ିଚାବି, ମୋବାଇଲ୍ ଫୋନ୍, ଜ୍ୟାକେଟ୍ ଓ ମଫଲର୍ ପଡ଼ିଥିବା ପୁଲିସ କହିଛି। ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ଅନୁମାନ କରୁଛନ୍ତି।
ସୂଚନାଯୋଗ୍ୟ, ଗତକାଲି ସକାଳୁ କିଛି ଲୋକ ଜଙ୍ଗଲ ରାସ୍ତା ଦେଇ ଆସୁଥିବା ବେଳେ ଟୁଟୁଙ୍କ ମୃତଦେହ ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ସଦସ୍ୟ ଏ ନେଇ ଫିରିଙ୍ଗିଆ ଥାନାରେ ଖବର ଦେଇଥିଲେ। ଘଟଣାସ୍ଥଳରେ ଥାନାଧିକାରୀ ପ୍ରଦୀପ କୁମାର ରାଉଳ ପହଞ୍ଚି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅନ୍ୟପଟେ ମୃତ ଟୁଟୁଙ୍କ ବଡ଼ ଭାଇ ମଣ୍ଟୁ ନାୟକ ତାଙ୍କ ଭାଇଙ୍କୁ ହତ୍ୟା କରାଯାଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟୁଟୁ ଗତ ଦୁଇଦିନ ତଳେ ସନ୍ଧ୍ୟାରେ ଘରୁ ବାହାରି ଯାଇ ପରଦିନ ସକାଳ ପର୍ଯ୍ୟନ୍ତ ଘରକୁ ଫେରି ନଥିଲେ। ସେ ଚାଷ କାମ ସହ ଟେଣ୍ଟହାଉସ୍ କାମ କରୁଥିଲେ। ଗତ ୨୪ ତାରିଖରେ ସୁଜିତ ନିଜ ବାଇକ୍ (ଓଡି୧୨-୪୬୦୩) ଯୋଗେ ଘରୁ ବାହାରି ଯାଇ ଆଉ ଫେରିନଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/b392c93a-23fe-4ec3-9c02-7741ae17c2af.jpg)