ଧନକଉଡ଼ା: ଗତ ୨୭ ତାରିଖ ବୁର୍ଲା ପାୱାର ଚାନେଲ ବ୍ରିଜ୍‌ରୁ କେନାଲକୁ ଡେଇଁ ପଡ଼ିଥିବା କାଦୋବାହାଲ୍ ଗ୍ରାମର ସତ୍ୟବାଦୀ ଭୁଞ୍ଚାଙ୍କ ପୁଅ ଦେବାର୍ଚ୍ଚନ ଭୁଞ୍ଚା (୨୮)ଙ୍କ ମୃତଦେହ ଶନିବାର ମୁଣ୍ଡୋଘାଟ ନିକଟ ପରଦେଶୀ ପଡ଼ା ପାୱାର ଚାନେଲ୍‌ରୁ ଉଦ୍ଧାର କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଲୋକେ ଏକ ମୃତଦେହ ଭାସୁଥିବା ଦେଖି ଗୋଶାଳା ଫାଣ୍ଡିକୁ ଖବର ଦେଇଥିଲେ।

Advertisment

ଫାଣ୍ଡି ଅଧିକାରୀ ଲକ୍ଷ୍ମଣ ରଥ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବୁର୍ଲା ଡାକ୍ତରଖାନା ପଠାଇଥିଲେ। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗତ ୨୭ ତାରିଖରୁ ଦେବାର୍ଚ୍ଚନ ନିଖୋଜ ଥିବା ସଂପର୍କରେ ଭଉଣୀ ବୁର୍ଲା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଫାଣ୍ଡି ଅଧିକାରୀ ଶ୍ରୀ ରଥ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି। ପାରାବାରିକ କଳହରୁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ପୁଲିସ୍‌ କହିଛି।