ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରିରେ ଅଲୋଡ଼ା ହେଲା ନବଜାତ ଶିଶୁକନ୍ୟା। ନୀଳଗିରି ଥାନା ପୋଡାଶୁଳ ଠାରେ ପତିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ସିଟି ସ୍କୁଲ ଓ ଏଏନଏମ ସେଣ୍ଟର ନିକଟ ରାସ୍ତାକଡ଼ରେ ପଡିଛି ନବଜାତ ଶିଶୁକନ୍ୟାର ମୃତଦେହ। କପଡ଼ାରେ ଗୁଡ଼ାଇ ସାଲାଇନ ପେଟିରେ ଭର୍ତ୍ତି କରି କେହି ଉକ୍ତ ନବଜାତ ଶିଶୁର ମୃତଦେହକୁ ଏଠାରେ ଫିଙ୍ଗି ଦେଇ ଚାଲିଯାଇଛି।
ସ୍ଥାନୀୟ ପିଲାମାନେ ଖେଳିବାକୁ ଆସି ଉକ୍ତ ଶିଶୁକନ୍ୟାର ମୃତଦେହକୁ ଦେଖିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ କହିବା ଅନୁଯାୟୀ ଶିଶୁଟିକୁ କେହି ଜଣେ ଅଟୋରେ ଆସି ଦିପ୍ରହର ସମୟରେ ଏଠାରେ ଫୋପାଡି ଦେଇ ଚାଲିଗଲେ। ଖବର ପାଇ ନୀଳଗିରି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛନ୍ତି। ଘଟଣାର ତଦନ୍ତ ପରେ କାରଣ ଜଣାପଡ଼ିବ ବୋଲି ଆଶା କରାଯାଉଛି। ତେବେ ରାଜ୍ୟରେ ଶିଶୁକନ୍ୟାର ମୃତଦେହ ହେଉ ବା ଜୀବନ୍ତ ଅବସ୍ଥାରେ ଉଦ୍ଧାର କରାଯିବା ନୂଆ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ସମାନ ପ୍ରକାରର ଘଟଣା ଦେଖିବାକୁ ମିଳିଛି।