ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଡାକ୍ତରଖାନାରୁ ଶୁକ୍ରବାର ରାତିରେ ସାଇକେଲରେ ଲଦି ଜଣେ ବୃଦ୍ଧାଙ୍କ ମୃତଦେହକୁ ନିଆଯାଇଛି। ବିନିକା ଥାନା ମେଘଲା ଗ୍ରାମର ଅସହାୟ ବୃଦ୍ଧା ରୁକ୍ମଣୀ ସାହୁ (୮୦)ଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ଗ୍ରାମର ଶାନ୍ତନୁ ଗୁରୁ ନାମକ ଜଣେ ବ୍ୟକ୍ତି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ତାଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ମୃତଦେହ ନେବାକୁ ମହାପ୍ରୟାଣ ଗାଡ଼ି ନମିଳିବାରୁ ବିନିକା ସହରର ବିଜେପି ନେତା ପ୍ରଶାନ୍ତ ଦଣ୍ଡସେନାଙ୍କୁ ଜଣାଇଥିଲେ ଶାନ୍ତନୁ। ମହାପ୍ରୟାଣ ଗାଡ଼ି ପାଇଁ ଶ୍ରୀ ଦଣ୍ଡସେନା ଫୋନ୍‌ ଯୋଗେ ସୁବର୍ଣ୍ଣପୁର ସିଡିଏମ୍‌ଓଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସିଡିଏମଓ ମିସନ ଶକ୍ତି ମହିଳାମାନଙ୍କୁ କୁହନ୍ତୁ ବୋଲି କହିଥିଲେ। ଶାନ୍ତନୁ ଅନ୍ୟ ଉପାୟ ନ ପାଇ ରୁକ୍ମଣୀଙ୍କ ଶବକୁ ସାଇକେଲରେ ବୋହି ମେଡିକାଲରୁ ନେଇଥିଲେ।