ନିଖୋଜ ବ୍ୟକ୍ତିଙ୍କ ମୃତଦେହ ମାଟିତଳୁ ଉଦ୍ଧାର, ହତ୍ଯା କରି ପୋତି ଦେଇଥିବା ସନ୍ଦେହ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଲରମ୍ଭା ଥାନା ତମିଆଁ ଗ୍ରାମର ଜଣେ ବ୍ୟକ୍ତି ସୋମବାର ଦିନ ଠାରୁ ନିଖୋଜ ଥିବା ନେଇ ଲରମ୍ଭା ଥାନାରେ ଅଭିଯୋଗ ହୋଇଥିଲା। ଉକ୍ତ ବ୍ୟକ୍ତିର ମୃତଦେହ ଗୁରୁବାର ତମିଆଁ ଏକ ନାଳରୁ ଉଦ୍ଧାର କରା ଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଲରମ୍ଭା ଥାନା ଅନ୍ତର୍ଗତ ତମିଆଁ ଗ୍ରାମର ମାଲିପଡାରେ ରହୁଥିବା ବିବିଘ୍ନରାଜ ପୁଟେଲ (୫୭) ତାଙ୍କ ଜମିକୁ ପ୍ରତି ଦିନ ଭଳି ସୋମବାରରେ ମଧ୍ୟ ସକାଳୁ ଯାଇଥିଲେ। ତେବେ ରାତିରେ ଆଉ ସେ ଫେରି ନ ଥିଲେ। ପରେ ମଙ୍ଗଳବାର ପରିବାର ଲୋକ ଲରମ୍ଭା ଥାନାରେ ବିଘ୍ନରାଜ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରୁଥିଲା। ଖୋଜାଖୋଜି କରୁଥିବା ସମୟରେ ଗୁରୁବାର ନିକଟସ୍ଥ ଅଡକ ନାଳାରେ ଏକ ମ୍ରୁତ ଦେହ ପୋତା ଯାଇଥିବା ଏବଂ ହାତ ମାଟି ଉପରକୁ ଦିଶୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ମୃତଦେହକୁ ମାଟି ତଳୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ କରିବା ପାଇଁ ପାଟଣାଗଡ଼ ଆଣା ଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ଏ ସମ୍ପର୍କରେ ଲରମ୍ଭା ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର