ମାଟିତଳୁ ମହିଳାଙ୍କ ମୃତଦେହ ବାହାର କରି ବ୍ୟବଚ୍ଛେଦ କଲା ପୁଲିସ

ସୋର: ବାଲେଶ୍ବର ଜିଲ୍ଲା ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତ ଦେବଗିରି ପାହାଡ଼ ତଳ ବାଘଆମ୍ପୁଡ଼ା ଗ୍ରାମର ଅଭୟ ସିଂଙ୍କ ପତ୍ନୀ ମଞ୍ଜୁଲତା ସିଂ (୩୦)ଙ୍କ ୩ ଦିନ ତଳେ ମୃତ୍ୟୁ ଘଟିଥିଲା। ତେବେ ଶବ ବ୍ୟବଚ୍ଛେଦ ହୋଇ ନଥିବା ବେଳେ ପରିବାର ଲୋକେ ପୋତି ପକାଇଥିଲେ। ଗ୍ରାମବାସୀ ମଞ୍ଜୁଲତାଙ୍କ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ତେଣୁ ସେମାନେ ଗ୍ରାମରକ୍ଷୀଙ୍କୁ କହିଥିଲେ। ପରେ ଏନେଇ ସୋର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଗ୍ରାମରେ ପହ‌ଞ୍ଚି ମାଟି ଖୋଳିବା ସହ ମହିଳାଙ୍କ ଶବ ଉଦ୍ଧାର କରିଥିଲା। ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବ‌ା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରିଣୀ ସୁଜାତା ଖମାରୀ କହିଛନ୍ତି। ଅନ୍ୟପଟେ ସାପ କାମୁଡ଼ା ଯୋଗୁ ମଞ୍ଜୁଲତାଙ୍କ ମୃତ୍ୟୁ ହୋଇଥିଲା। ଫଳରେ ଦିଅର ଦୈତାରୀ ସିଂ ତାଙ୍କ ଶବକୁ ପୋତିଦେଇଥିବା ପାରିବ‌ାର ଲୋକ ପ୍ରକାଶ ପରିଛନ୍ତି

ସମ୍ବନ୍ଧିତ ଖବର