କୋଣାର୍କ: ଅସ୍ତରଙ୍ଗ ସମୁଦ୍ରକୂଳରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହ ଅସ୍ତରଙ୍ଗର ଗୁଣ୍ଡଳବା ସମୁଦ୍ରକୂଳରେ ପଡ଼ିଥିଲା। ଲୋକେ ଏନେଇ ପୁଲିସକୁ ଖବର ଦେଇଥିଲେ। ମୃତଦେହରେ କ୍ଷତ ଚିହ୍ନ ରହିଛି। ମୃତକ ଅସ୍ତରଙ୍ଗର ଆଇଁଷିଣିଆ ବୋଲି କୁହାଯାଉଛି।  ସେ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Advertisment

ମୃତକଙ୍କ ନାମ ହେଉଛି ରାଧୁ ସ୍ୱାଇଁ। ଗତକାଲି ଅପରାହ୍ନରୁ ରାଧୁ ଘରୁ ବାହାରକୁ ଯାଇ ଫେରି ନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ନଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ, ହେଲେ ଖୋଜ୍ ଖବର ପାଇ ନଥିଲେ।

ଆଜି ସକାଳେ ସ୍ଥାନୀୟ ଲୋକେ ରାଧୁଙ୍କ ମୃତଦେହ ସମୁଦ୍ର କୂଳରେ ପଡ଼ିଥିବା ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି। ତେବେ ରାଧୁଙ୍କୁ ହତ୍ୟା କରାଯାଇଛି ନା, ସେ ଆତ୍ମହତ୍ୟା କରିଛନ୍ତି ତାହା ଜଣାପଡ଼ିନାହିଁ।