ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ, ଜଣେ ଅଟକ

କୋକସରା: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା କେନ୍ଦୁଡ଼ଙ୍ଗରୀ ଗ୍ରାମ ନିକଟରେ ଥିବା ଏକ ସାଗୁଆନ ଗଛରୁ ବୁଧବାର ପୁଲିସ୍ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଗ୍ରାମର ଦ୍ବାରିକା ଦାସ (୨୨ବର୍ଷ)। ପୁଲିସ୍ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଅନ୍ୟପକ୍ଷରେ ପରିବାର ଲୋକ ଦ୍ବାରିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ସୂଚନା ମତେ କେନ୍ଦୁଡ଼ଙ୍ଗରୀ ଗ୍ରାମ ନିକଟ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ ଝୁଲୁଥିବା କିଛି ଲୋକ ଦେଖିଥିଲେ। ଏନେଇ ସେମାନେ ଦ୍ବାରିକା ବୋଲି ଜାଣିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ପକ୍ଷରୁ ଆମପାଣି ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲା। ପରିବାର ପକ୍ଷରୁ ଦ୍ବାରିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିବା ପରେ ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍‌ ଆସି ତଦନ୍ତ କରିଥିଲେ। ପରେ ଘଟଣାସ୍ଥଳରେ ଆମପାଣି ଥାନାଧିକାରୀ ଚତୁର୍ଭୁଜ ନାଏକ ଓ ଜୟପାଟଣା ଥାନାଧିକାରୀ ବାସୁଦେବ ଛତ୍ରିଆ ପହଞ୍ଚି ତଦନ୍ତ କରିଥିଲେ। ତେବେ ଘଟଣାରେ ସଂପୃକ୍ତ ଥିବା ସନ୍ଦେହ କରି ଗ୍ରାମର ଜଣେ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖାଯାଇଥିବା ଜଣାପଡ଼ିଛି। ଏନେଇ ଆମପାଣି ଥାନାଧିକାରୀଙ୍କୁ ପଚାରିବାରୁ ତଦନ୍ତ ଚାଲିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର