କୋରାପୁଟ: ଦଶମନ୍ତପୁର ଥାନା କାଟ୍ରାଆମ୍ବ ଗାଁମୁଣ୍ଡରୁ ସନ୍ଦେହଜନକ ଅବସ୍ଥାରେ ଜଣେ ଆଦିବାସୀ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରେ ୨ଟି ବ୍ୟାଗ ମଧ୍ୟ ରହିଛି। ଯୁବତୀଙ୍କ ପାଟିରୁ ଫେଣ ବାହାରିଥିବା ଅବସ୍ଥାରେ ମୃତଦେହ ଠାବ ହୋଇଛି। ମୃତ ଯୁବତୀ ହେଲେ କାଟ୍ରାଆମ୍ବ ଗ୍ରାମର କୁନି ମୁଦୁଲି। ପରିବାର ଲୋକେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି।

Advertisment

ସୂଚନା ଅନୁଯାୟୀ, କୁନି ମୁଦୁଲିର ଗତ ୨ ବର୍ଷ ତଳେ ଚଣାବାଡ ଗ୍ରାମର ଜଣେ ବିବାହିତ ଯୁବକ କୁଂଜ ବିହାରୀ ଟାକ୍ରି ସହ ପ୍ରେମ ସମ୍ପର୍କ ରହିଥିଲା । ଏକଥାକୁ ମୃତାର ବାପା ଥାନାକୁ ଜଣାଇଥିଲେ । ଉଭୟ ପୁଅ ଓ ଝିଅକୁ ପୁଲିସ ଜିମାରେ ଦେଇଥିଲି ବୋଲି ମୃତାର ବାପା କତରୁ ମୁଦୁଲି କହିଛନ୍ତି। ଏହାପରେ ପୁଲିସ ଯୁବତୀଙ୍କୁ କୋରାପୁଟର କୌଣସି ଏକ ସ୍ଥାନରେ ନେଇ ରଖାଇଥିଲେ।

ହେଲେ ସେ ଦୀର୍ଘ ଦିନ ଧରି ଗ୍ରାମରେ ନଥିବାବେଳେ ହଠାତ ବ୍ୟାଗ ସହ ଗାଁ ଦାଣ୍ଡରେ ଶବ ମିଳିବା ଘଟଣା ପରିବାର ଓ ଗ୍ରାମବାସୀଙ୍କୁ ଚକିତ କରିଦେଇଛି। କୁନି ମୁଦୁଲି ଘଟଣା ସ୍ଥଳକୁ କିପରି ଆସିଲା। କିଏ ଓ କେଉଁଥିରେ ଏଠାକୁ ଆଣିଲେ। ଅନ୍ୟ କେଉଁଠି ହତ୍ୟାକରି ଗାଁ ମୁଣ୍ଡରେ ପକାଇ ଦେଇ ଚାଲିଯାଇଥିବା ପରିବାର ବର୍ଗ ଓ ଗ୍ରାମବାସୀ ସନ୍ଦେହ କରୁଛନ୍ତି। ପ୍ରେମିକର ହାତ ଥାଇପାରେ ବୋଲି ସନ୍ଦେହ କରୁଛନ୍ତି ପରିବାର ବର୍ଗ। ଶବ ବ୍ୟବଛେଦ ପରେ ପ୍ରକୃତ ଘଟଣା ଜଣାପଡ଼ିବ। ତା ସହ ବିଭିନ୍ନ ଦିଗକୁନେଇ ତଦନ୍ତ କରୁଥୁବା ପୁଲିସ କହିଛି।