ଘର ଭିତରୁ ମହିଳାଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର

Advertisment
ସର୍ପାଘାତରେ ନାବାଳିକା ମୃତ

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଆର୍‌ଏମ୍‌ସି କଲୋନୀରେ ରହୁଥିବା ଗଜେନ୍ଦ୍ର ସାହୁଙ୍କ ପତ୍ନୀ ଲିପିକା ସାହୁ(୨୭)ଙ୍କ ମୃତଦେହ ଶୁକ୍ରବାର ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ଲିପିକାଙ୍କ ଭାଇ ବିକାଶ ମହାନ୍ତି ନିର୍ଯାତନା ସହ ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଥିବା ଅତାବିରା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇ ଏକ ମାମଲା ରୁଜୁ କରିଛି। ସ୍ଥାନୀୟ ସରକାରୀ ଡାକ୍ତରଖାନା ସମ୍ମୁଖରେ ଗଜେନ୍ଦ୍ରଙ୍କ ଏକ ବାସନ ଦୋକାନ ରହିଛି।

ଗଜେନ୍ଦ୍ରଙ୍କ ବାପା, ମା’ ଗାଁକୁ ଯାଇଥିବା ବେଳେ ଘରେ ସ୍ବାମୀ-ସ୍ତ୍ରୀ ଓ ଅନ୍ୟମାନେ ଥିଲେ। ଗତକାଲି ସକାଳ ପ୍ରାୟ ସାଢ଼େ ୮ଟା ସମୟରେ ଲିପିକା ଘରର ଏକ ରୁମ୍‌ରେ ଝୁଲୁଥିବା ପରିବାରଲୋକେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ତଳକୁ ଓହ୍ଲାଇ‌ ଦେଇଥିବା ପୁଲିସ୍‌କୁ ବୟାନ ଦେଇଥିଲେ। ଅପରାହ୍ଣରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ସେଠାକୁ ଯାଇ ଆଜି ସକାଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ପଠାଇଥିଲା। ମୃତ ଲିପିକା ଗର୍ଭବତୀ ଥିବାବେଳେ ତାଙ୍କର ସାଢ଼େ ୭ ବର୍ଷର ପୁଅଟିଏ ଅଛି। ପୁଲିସ୍‌ ମାମଲାର ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe