ଯୁବକଙ୍କ ମୃତ ଦେହ ଉଦ୍ଧାର, ଟ୍ରେନରୁ ଖସପଡ଼ି ପ୍ରାଣ ହରାଇଥିବାର ଅନୁମାନ

ଯୁଯୁମୁରା: ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଯୁଯୁମୁରା ଥାନା ଫାୟାର ଷ୍ଟେସନ ନିକଟରେ ଯାଇଥିବା ସମ୍ବଲପୁର- ଅନଗୁଳ ରେଳପଥ ଡ୍ରେନରେ ପଡ଼ିଥିବା ଜଣେ ଯୁବକଙ୍କ ମୃତ ଦେହକୁ ଯୁଯୁମୁରା ପୁଲିସ ଶନିବାର ଉଦ୍ଧାର କରିଛି । ମୃତକଙ୍କ ପରିଚୟ ଅବଶ୍ୟ ମିଳିଛି। ସେ ହେଲେ କେନ୍ଦୁଝର ଜିଲ୍ଲା ତରେଇର ସୁଶାନ୍ତ ପଧାନ(୨୫) । ସେ ସୁରାଟରୁ ଫେରୁଥିବା ସମୟରେ ଟ୍ରେନରୁ ଖସି ପଡ଼ିଥିବା ଅନୁମାନ କରାଯାଉଛି ।

ତାଙ୍କ ପ୍ୟାଣ୍ଟ ପକେଟରୁ ମିଳିଥିବା ଟିକଟ ୧୭ ତାରିଖ ରାତିରେ ସୁରାଟର ବଲ୍ଲାଦରୁ ଅନଗୁଳ ପର୍ଯ୍ୟନ୍ତ ହୋଇଥିବା ଜଣାପଡ଼ିଛି । ପୁଲିସ ମୃତ ଦେହକୁ ଉଦ୍ଧାର କରି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରଖିଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର