ମହାକାଳପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ପଞ୍ଚାୟତ ଅଞ୍ଚଳରେ ଗତକାଲି ଜଣେ ଯୁବକଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ବେଳେ ଆଜି ସେହି ଗାଁର ଏକ ପୋଖରୀରୁ ଆଉଜଣଙ୍କର ମୃତ ଦେହ ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ,ଗତକାଲି ସକାଳେ ମହାକାଳପଡ଼ା ପଞ୍ଚାୟତର ଜଅଁରା ଗାଁର ପ୍ରଶାନ୍ତ ସାହୁ(୨୪)ଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିଲା। ହେଲେ ପୂର୍ବ ରାତିରେ ତାଙ୍କ ସହ ଶୋଇଥିବା ଅଶୋକ ପରିଡ଼ା(୪୨)ଙ୍କର କୌଣସି ପତା ମିଳି ନଥିଲା।ସେ ଦୁହେଁ ସାଙ୍ଗ ହୋଇ ଓୟାରିଂ କାମ କରୁଥିଲେ ବୋଲି ଜଣାଯାଇଛି।
ହଠାତ୍ ଆଜି ସକାଳେ ପ୍ରଶାନ୍ତ ସାହୁଙ୍କ ପୋଖରୀରୁ ଅଶୋକ ପରିଡ଼ାଙ୍କର ମୃତ ଦେହ ଦେଖିବାକୁ ମିଳିଥିଲା।ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାର ବି ଜଣାପଡ଼ିଥଲା। ଖବରପାଇ ଘଟଣାସ୍ଥଳରେ ପ୍ରଥମେ ମହାକାଳପଡ଼ା ଥାନା ପୁଲିସ୍ ପହଞ୍ଚିଥିଲା।
ତାପରେ କେନ୍ଦ୍ରାପଡ଼ା ପୁଲିସ ଅଧୀକ୍ଷକ ଏସ ପି ଶେଖର ସେଠାକୁ ଆସିଥିଲେ। ସେମାନଙ୍କ ସହ ସନ୍ଧାନୀ କୁକୁର, ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ରହି ତଦନ୍ତ ଚଳାଇଛନ୍ତି।