ଭଦ୍ରକ: ଭଦ୍ରକର ରାହଞ୍ଜ ମଠ ପୋଖରୀରେ ଆଜି ସକାଳୁ ଏକ ଶବ ଭାସୁଥିବାର ଲୋକ ଦେଖିବାକୁ ପାଇଥିଲେ। ପରେ ଗାଁର ଲୋକ ସେଠାରେ ରୁଣ୍ଡ ହୋଇଯାଇଥିଲେ। କାହାର ଶବ ଭାସୁଛି ବୋଲି ଲୋକଙ୍କ ଭିତରେ ଉତ୍କଣ୍ଠା ବଢିଥିଲା। ପରେ ଜଣା ପଡ଼ିଥିଲା ଯେ ସେହି ଗ୍ରାମର ଶିବ ବେହେରାଙ୍କର ଶବ ପୋଖରୀରେ ଭାସୁଛି।
କେଉଁ ପରିସ୍ଥିତିରେ ଶିବଙ୍କର ଶବ ପୋଖରୀରେ ଭସିଲା। ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ସ୍ଥାନୀୟ ଲୋକମାନେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସକୁ ଖବର ଦେଇଥିବା ବେଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ପରେ ଅଧିକ ତଥ୍ୟ ଜଣାପଡ଼ିବ। ବିଶେଷ କରି ଏହା ହତ୍ୟା ନା ଆତ୍ମହତ୍ୟା ତାହା ଜାଣିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଦେଖିବାକୁ ମିଳିଛି। ଏଣେ ଏ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/5b9b97e9-d7dd-4c7a-8dc6-55fe65f48535.jpg)