ବୈତରଣୀରୁ ମୃତଦେହ ଉଦ୍ଧାର

ଆନନ୍ଦପୁର : ଆନନ୍ଦପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ଫକୀରପୁର ନିକଟସ୍ଥ ବୈତରଣୀ ନଦୀରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣଙ୍କ ହେଲେ ଫକୀରପୁର ତଳସାହିର ଭରତ ଚନ୍ଦ୍ର ମୁଦୁଲିଙ୍କ ପତ୍ନୀ ସାବିତ୍ରୀ ମୁଦୁଲି (୫୫)। ଗତକାଲି ସନ୍ଧ୍ୟାରେ ସାବିତ୍ରୀ ତଳସାହି ଘାଟକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ।

ଆଜି ଆନନ୍ଦପୁର ଅଗ୍ନିଶମ ବାହିନୀ ତାରିଣୀ ମନ୍ଦିର ନିକଟରୁ ତାଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ଆନନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ବ୍ୟବଚ୍ଛେଦ କରାଇଛି।

ସମ୍ବନ୍ଧିତ ଖବର