ପାର୍ଥିବ ଶରୀର ଜନ୍ମମାଟିକୁ ପଠାଇବା ପାଇଁ ସହାୟତା ଦେଲା ଓଡ଼ିଶା ମୋ ପରିବାର

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଯଶୀପୁର ଥାନା ଅନ୍ତର୍ଗତ ବସନ୍ତପୁର ଗ୍ରାମର ୩୬ ବର୍ଷୀ କ୍ଷିତୀଶ ନାଏକ ବେଙ୍ଗାଲୁରୁରେ ରହି ଦିନ ମରୁଜିଆ ଭାବେ କାମ କରି ଆସୁଥିଲେ । ଗତ ୨୩ ତାରିଖ ଦିନ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ତାଙ୍କର ମୃତ ଶରୀରକୁ ବିମାନ ଯୋଗେ ବେଙ୍ଗାଲୁରୁରୁ ଭୁବନେଶ୍ୱରକୁ ଫେରାଇ ଆଣିଥିଲେ ।

ତେବେ ଭୁବନେଶ୍ୱରରୁ ତାଙ୍କ ଗ୍ରାମକୁ ସଡ଼କ ଯୋଗେ ନେବାପାଇଁ ପରିବାର ଲୋକେ କୌଣସିମତେ ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ବାଲେଶ୍ୱର ଜିଲ୍ଲା ସଂଯୋଜକ ଶୁଭେନ୍ଦୁ ମଙ୍ଗରାଜଙ୍କୁ ଜଣାଇଥିଲେ। ଶ୍ରୀ ମଙ୍ଗରାଜ ଓଡ଼ିଶା-ମୋ ପରିବାର କାର୍ଯ୍ୟାଳୟକୁ ଏହି ଘଟଣା ବିଷୟରେ ଜଣାଇବାପରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଆଜି ମୃତକଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଓଡ଼ିଶା-ମୋ ପରିବାରର ସଦସ୍ୟମାନେ ସେଠାରେ ଉପସ୍ଥିତ ରହି କ୍ଷିତୀଶଙ୍କ ମୃତ ଶରୀରକୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରାଇ ନିଜ ଗ୍ରାମ ବସନ୍ତପୁରକୁ ପଠାଇ ଦେଇଥିଲେ।

ସମ୍ବନ୍ଧିତ ଖବର