ପରିତ୍ୟକ୍ତ ଡଷ୍ଟବିନରୁ ଶିଶୁପୁତ୍ରର ମୃତଦେହ ଉଦ୍ଧାର: ପରକୀୟା ପ୍ରୀତିରୁ ମାଆ ଭିଆଇଛି ଜଘନ୍ୟ କାଣ୍ଡ!

ମାର୍ଶାଘାଇ: କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ମାଆ ନିଜର ଦେଢ଼ ମାସର ପୁଅକୁ ହତ୍ୟା କରି ଡଷ୍ଟବିନରେ ଫିଙ୍ଗିଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗ୍ରାମର ସତ୍ୟରଞ୍ଜନ ପରିଡ଼ାଙ୍କ ଦେଢ଼ ମାସର ଶିଶୁପୁତ୍ରର ମୃତଦେହ ଆଜି ଅଖାରେ ଗୁଡ଼ା ହୋଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି।  ସେପଟେ ଶିଶୁର ଜେଜେମାଙ୍କ ବୟାନକୁ ନେଇଙ୍କୁ ମାର୍ଶାଘାଇ ଥାନା ପୁଲିସ ମୃତ ଶିଶୁର ବାପା ସତ୍ୟରଞ୍ଜନ ପରିଡ଼ା ଓ ମା ଲକ୍ଷ୍ମୀପ୍ରିୟା ପରିଡ଼ାଙ୍କୁ ଅଟକ ରଖି ପଚରାଉଚୁରା କରୁଛି।


ସୂଚନାଯୋଗ୍ୟ, ଗତ ରାତି ପ୍ରାୟ ୨ରୁ ୩ଟା ସମୟ ମଧ୍ୟରେ ଶିଶୁପୁତ୍ର ଶୋଇଥିବା ମଶାରି ଭିତରେ ନଥିବା ଦେଖି ପରିବାର ଲୋକ ଖୋଜାଖୋଜି କରିଥିଲେ। ତେବେ ଆଜି ସକାଳୁ ପଡ଼ିଶା ଘରର ଏକ ପରିତ୍ୟକ୍ତ ଡଷ୍ଟବିନରୁ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରାଯାଇଛି। ପୁଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଥିବା ସୂଚନା ରହିଛି। ପରକୀୟା ପ୍ରୀତିରୁ ମାଆ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର