ହଂସୁଆରୁ ୬ଫୁଟ୍‌ର ମୃତ କୁମ୍ଭୀର ଉଦ୍ଧାର

ରାଜନଗର : କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଧନେଶ୍ୱରପୁର ଗାଁ ନିକଟ ହଂସୁଆ ନଦୀ କୂଳରୁ ଆଜି ସକାଳେ ଏକ ବଉଳା କୁମ୍ଭୀରର ମୃତଦେହ ଉଦ୍ଧାର କରାଯାଇଛି। ଏହାର ୬ ଲମ୍ବ ଫୁଟ ହେବ। ନଦୀକୂଳରେ କୁମ୍ଭୀରର ମୃତଦେହ ଭାସୁଥିବା ଦେଖି ଲୋକେ ରାଜନଗର ବନବିଭାଗକୁ ଖବର ଦେଇଥିଲେ। ରାଜନଗର ରେଞ୍ଜ ଅଫିସର ଅମରେଶ ନାଥ ପ୍ରଧାନଙ୍କ ନେତୃତ୍ୱରେ ବନବିଭାଗ ଟିମ୍‌ ପହଞ୍ଚି ହଂସୁଆ ନଦୀ କୂଳରେ ଭାସୁଥିବା କୁମ୍ଭୀରକୁ ଉଦ୍ଧାର କରି ରେଞ୍ଜ୍‌ କାର୍ଯ୍ୟାଳୟକୁ ଆଣିଥିଲେ। କୁମ୍ଭୀରଟି ୩ଦିନ ତଳୁ ମରିଥିବା କୁହାଯାଉଛି। ଏହାର ଶବ ବ୍ୟବଚ୍ଛେଦ କରାଯାଇଛି। ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ବନବିଭାଗ କହିଛି। କୁମ୍ଭୀର ଦେହରେ କୌଣସି କ୍ଷତ ଚିହ୍ନ ନ ଥିବାରୁ ଏହା ରୋଗରେ ପଡ଼ି ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର