ଚିଲିକାରୁ ମୃତ ଡଲ୍‌ଫିନ୍‌ ଉଦ୍ଧାର

0

ବ୍ରହ୍ମଗିରି: ଗୁରୁବାର ସକାଳ ୧୦ଟା ପରେ ସାତପଡ଼ା ରେଞ୍ଜ୍‌ ଅନ୍ତର୍ଗତ ଚିଲିକା ଦ୍ରଦର ମଗରମୁଖ ଚାନେଲ୍‌ ମଧ୍ୟରୁ ଗୋଟାଏ ମୃତ ଇର୍‌ଓ୍ଵାଡି ପ୍ରଜାତିର ଶିଶୁମାର ବା ଡଲ୍‌ଫିନ୍‌ ଉଦ୍ଧାର କରାଯାଇଛି।

ମୃତ ମାଈ ଡଲ୍‌ଫିନ୍‌ର ଲମ୍ବ ୬ ଫୁଟ୍‌ ୫ ଇଞ୍ଚ୍‌ ଓ ମୋଟେଇ ୩ ଫୁଟ୍‌ ୮ ଇଞ୍ଚ।

ବନ ବିଭାଗର ଡଲ୍‌ଫିନ୍‌ ସ୍କ୍ଵାଡ୍‌ ପାଟ୍ରୋଲିଙ୍ଗ୍‌ କରୁଥିବା ବେଳେ ମୃତ ଶିଶୁମାରଟିକୁ ଦେଖି ପାଣିରୁ ଉଦ୍ଧାର କରି ସାତପଡ଼ା ରେଞ୍ଜ୍‌ କାର୍ଯ୍ୟାଳୟକୁ ଆଣିଛନ୍ତି।

କାହିଁକି ଡଲ୍‌ଫିନ୍‌ଟିର ମୃତ୍ୟୁ ହେଲା ତାହା ଶବ ବ୍ୟବଚ୍ଛେଦ ହେବା ପରେ ଜଣାପଡ଼ିବ ବୋଲି ରେଞ୍ଜ୍‌ ଅଧିକାରୀ ଏସ୍‌. ମହାପାତ୍ର କହିଛନ୍ତି। ଆଡିସ୍‌ନାଲ୍‌ ଭେଟର୍‌ନାରି ସର୍ଜନ୍‌ ଡାକ୍ତର ପ୍ରୀତିତୋଷ ମହାପାତ୍ର ମୃତ ଡଲ୍‌ଫିନ୍‌କୁ ବ୍ୟବଚ୍ଛେଦ କରୁଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Leave A Reply

Your email address will not be published.