ଦେବଗଡ଼: ଦେବଗଡ଼ ଜିଲ୍ଲାର ବନଖଣ୍ଡ ରିଆମାଳ ରେଞ୍ଜର ପଳସମା ସେକ୍ସନ ଅନ୍ତର୍ଗତ ବର୍ଡାନାଳୀ ଗ୍ରାମରେ ଏକ ହାତୀଛୁଆର ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ବର୍ଡାନାଳୀ ଗ୍ରାମର ବାବୁଲି ଗଡ଼ନାୟକ ଜଣେ ବ୍ୟକ୍ତିଙ୍କ ବାଡ଼ି ପଛପଟେ ଏକ ଛୋଟ ହାତୀର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ଏନେଇ ବନବିଭାଗକୁ ସୂଚନା ଦେଇଥିଲେ।
ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ହାତୀର ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମୃତ ହାତୀର ବୟସ ୨ରୁ ୩ ବର୍ଷ ବୋଲି କୁହାଯାଉଛି। ତାର ଗୋଟିଏ ଦାନ୍ତ ଅକ୍ଷତ ରହିଥିବା ଓ ଅନ୍ୟଟି ଭାଙ୍ଗିଯାଇଥିବା ଜଣାପଡ଼ିଛି।
କୌଣସି ଦନ୍ତା ସହ ସଘଂର୍ଷରେ ଛୋଟ ହାତୀର ମୃତ୍ୟୁ ହୋଇଥିବା ବନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏସଂପର୍କରେ ସୂଚନାପାଇ ଦେବଗଡ଼ ବନଖଣ୍ଡ ଡିଏଫଓ ଶ୍ରୀମତୀ କ୍ଷମା ଷଡ଼ଙ୍ଗୀ ଘଟଣାସ୍ଥଳରେ ପହଞ୍ଚି ଘଟଣା ଅନୁଧ୍ୟାନ କରିଛନ୍ତି। ହାତୀର ମୃତ ଦେହ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସେ ପ୍ରକାଶ କରିଛନ୍ତି।
ହାତୀଛୁଆର ମୃତଦେହ ଉଦ୍ଧାର, ଦନ୍ତା ସହ ସଂଘର୍ଷରେ ମୃତ୍ୟୁ ସନ୍ଦେହ
/sambad/media/post_attachments/wp-content/uploads/2019/12/Death-ele-26_Thumb-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)