ପାଟଣା: ପାଟଣା-କେନ୍ଦୁଝର ରାସ୍ତାର ପୁଟୁଳିଆ ନିକଟରେ ଲୁନାରୁ ପଡ଼ି ଗୁରୁତର ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ଘଟଗାଁ ଥାନା ମୁଦ୍ରାବେଡ଼ା ଗ୍ରାମର ଲୋକନାଥ ନାଏକ (୫୫)। ଲୋକନାଥ ଲୁନାରେ ମଇଦାନକେଲ ଯାଉଥିବା ବେଳେ ପୁଟୁଳିଆ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ।
ତାଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ମନୋରଂଜନ ପ୍ରଧାନ ପ୍ରକାଶ କରିଛନ୍ତି।