ପୁରୁଷୋତ୍ତମପୁର/ଛତ୍ରପୁର: ପୁରୁଷୋତ୍ତପୁର ଥାନା ଷୋଳଘର ଗ୍ରାମର ସନ୍ତୋଷ କୁମାର ମହାନ୍ତିଙ୍କ ଦୁଇପୁଅ କୃଷ୍ଣଚନ୍ଦ୍ର (୧୫) ଓ କାହ୍ନୁଚରଣ ମହାନ୍ତି (୧୩) ଗତ ୨୫ ତାରିଖରେ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଆସି ଭାସିଯାଇଥିଲେ। ସାନପୁଅ କାହ୍ନୁଚରଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ବଡ଼ପୁଅ କୃଷ୍ଣଚନ୍ଦ୍ର ନିଖୋଜ ଥିଲେ। ତାଙ୍କୁ ଉଦ୍ଧାର କରିବା ଲାଗି ପୁରୁଷୋତ୍ତମପୁର ଓ ଛତ୍ରପୁର ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ୍ ଟିମ୍ ଉଦ୍ୟମ ଜାରି ରଖିଥିଲା। ନିଖୋଜର ୪୮ ଘଣ୍ଟା ପରେ କୃଷ୍ଣଚନ୍ଦ୍ରକୁ ଗଳିତ ଶବକୁ ଛତ୍ରପୁର ଥାନା ଅଧୀନ ବଡ଼ମାଧପୁର ନିକଟ ଋଷିକୁଲ୍ୟା ନଦୀ ବାଲିଘାଟ ନିକଟରୁ ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍ ଟିମ୍ ଉଦ୍ଧାର କରିଛନ୍ତି। ପୁରୁଷୋତ୍ତମପୁର ପୁଲିସ ଶବକୁ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଏନେଇ କେସ୍ ନମ୍ବର ୨୫/୨୨ ଅନୁସା‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସେକେଣ୍ଡ୍ ଅଫିସର୍ ଶ୍ରୀନିବାସ ଦାସ ସୂଚନା ଦେଇଛନ୍ତି।