ଖୋର୍ଦ୍ଧା: ୮ ଦିନ ପୂର୍ବେ ବୋଲଗଡ଼ରେ ଏକ ଚୋରି ଘଟଣାର ଅନୁସନ୍ଧାନ କରୁ କରୁ ପୁଲିସ ଏକ ବଡ଼ଧରଣର ଚୋର ଗୋଷ୍ଠୀର ସନ୍ଧାନ ପାଇଛି। ଏହି ଗୋଷ୍ଠୀ ୫ଟି ଜିଲ୍ଲାରେ ୧୦୦ରୁ ଊର୍ଦ୍ଧ୍ବ ଚୋରି ଘଟଣାରେ ସମ୍ପୃକ୍ତ ଥିବା ଏହି ଗୋଷ୍ଠୀ ଜଙ୍ଗଲର ଜୀବଜନ୍ତୁଙ୍କ ଶିକାର ମଧ୍ୟ କରୁଥିଲେ। ତେବେ ଗୋଷ୍ଠୀର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୩ ଜଣଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୫ କିଲୋଗ୍ରାମ ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନା ଅଳଙ୍କାର ଜବତ କରାଯାଇଥିବା ବେଳେ ଓ ଗୋଟିଏ ମୃତ ବଜ୍ରକାପ୍ତାକୁ ଉଦ୍ଧାର କରାଯାଇଛି।
ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଆନ୍ତଜିଲ୍ଲା ଚୋରି ଗ୍ୟାଙ୍ଗ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ୧୮ ଜୁଲାଇରେ ବୋଲଗଡ଼ ମାଣିକଗୋଡ଼ା ଗାଁ କୁମୁଟିସାହିର ଗୋବିନ୍ଦ ଚନ୍ଦ୍ର ସାହୁଙ୍କ ଘରେ ଚୋରି ହୋଇଥିଲା। ଏନେଇ ୧୯ ତାରିଖରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ୧୯୪/୨୦୨୩ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। ଅନୁସନ୍ଧାନରେ ଏକ ବଡ଼ ଚୋର ଗୋଷ୍ଠୀ ଏଥିରେ ସମ୍ପୃକ୍ତ ଥିବା ଜଣାପଡ଼ିଥିଲା। ଏଥିପାଇଁ ସାଇବର କ୍ରାଇମ ଟିମ୍, ସ୍ବତନ୍ତ୍ର ସ୍କ୍ବାଡ୍ ଓ ବୋଲଗଡ଼ ପୁଲିସକୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା। ଦୁଇ ଦିନ ପୂର୍ବେ ବୋଲଗଡ଼ର ଜଙ୍ଗଲରୁ ସେମାନଙ୍କୁ ଧରାଯାଇଥିଲା। ପଚରାଉଚୁରାରେ ଅନେକ ଗୁରୁତ୍ବପୂର୍ଣ୍ଣ କଥା ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/07/Docoit-gang-ra-3-giraf-SP-press-meet-2-e1690470088644.jpg)
ଏହି ଗୋଷ୍ଠୀ ଫେରିବାଲା ଭାବେ ଦିନରେ ବୁଲି ବିଭିନ୍ନ ସ୍ଥାନରେ ରେକି (ପ୍ରାକ୍ ଯୋଜନା) କରୁଥିଲେ। ଯେଉଁଘରେ କେହି ନଥିବ, ସୁରକ୍ଷା ବ୍ୟବସ୍ଥା ଢିଲା ଥିବ ସେଭଳି ଘରକୁ ଲକ୍ଷ୍ୟକରି ଚୋରାଉଥିଲେ। ଘରର ତାଲା ଭାଙ୍ଗିବା, ଝରକା ଗ୍ରିଲ୍ ଭାଙ୍ଗିବା ପାଇଁ ଅତି ସାଧାରଣ ଯନ୍ତ୍ରପାତି ବ୍ୟବହାର କରୁଥିଲେ। ତାଙ୍କ ଗୋଷ୍ଠୀରେ ୧୫ ଜଣ ସଦସ୍ୟ ରହିଥିବା ବେଳେ କଟକ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଚୋରି ମାମଲାରେ ସମ୍ପୃକ୍ତ ଅଛନ୍ତି। ଚୋରି ସହ ସେମାନେ ଜଙ୍ଗଲରେ ବନ୍ୟଜନ୍ତୁଙ୍କ ଶିକାର କରି ହାଡ଼, ମାଂସ, ଶିଙ୍ଗ ଆଦି ବିକ୍ରି କରୁଥିଲେ। ଗିରଫ ହୋଇଥିବା ତିନିଜଣଙ୍କ ନିକଟରୁ ୫ କିଲୋଗ୍ରାମ ରୁପା ଅଳଙ୍କାର, ୨୫୦ ଗ୍ରାମ ସୁନାଅଳଙ୍କାର ଆଦି ଜବତ ହୋଇଛି। ଏହା ସହ ଏକ ମୃତ ବଜ୍ରକାପ୍ତାକୁ ମଧ୍ୟ ଉଦ୍ଧାର କରାଯାଇଛି। ଏନେଇ ବନ୍ୟ ବିଭାଗକୁ ସୂଚନା ଦିଆଯାଇଛି, ବନ୍ୟ ବିଭାଗ ବଜ୍ରକାପ୍ତା ଶିକାର ଘଟଣାରେ ଅନ୍ୟ ଏକ ସ୍ବତନ୍ତ୍ର ମାମଲା ରୁଜୁ କରିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Docoit-gang-ra-3-giraf-SP-press-meet-1.jpg)