ବାରିପଦା: ଗୁଜୁରାଟରୁ ଫେରି ୭ ଦିନ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିବା ଜଣେ ଲୋକଙ୍କର ଆଜି ସକାଳେ ମୃତ୍ୟୁ ଘଟିଥିବା ଜଣାଯାଇଛି।
/sambad/media/post_attachments/wp-content/uploads/2020/05/bari-300x169.jpg)
ପ୍ରାପ୍ତ ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ତାରାସୋଳ(ଭାଲୁବସା)ଗ୍ରାମର ଭରତ ମହାନ୍ତଙ୍କ ପୁଅ ପରେଶ ଚନ୍ଦ୍ର ମହାନ୍ତ ଗୁଜୁରାଟରୁ ଫେରି ୭ ଦିନ ଧରି ବେତନଟୀ ସଙ୍ଗରୋଧ କେନ୍ଦ୍ରରେ ରହିବା ପରେ ଘରକୁ ଫେରିଥିଲେ। ଗତ ୩ ଦିନତଳେ ସେ ଘରକୁ ଫେରି ହୋମ କ୍ବାରେଣ୍ଟାଇନରେ ଥିଲେ। ହେଲେ ଆଜି ସକାଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ନେଇ ପରେଶଙ୍କ ସ୍ତ୍ରୀ ସୋମବାରୀ ମହାନ୍ତ ବେତନଟୀ ଥାନା ଅଧିକାରୀଙ୍କୁ ଲିଖିତ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/dead-sisat-8.jpg)