ଦଶପଲ୍ଲା: ନୟାଗଡ଼ ଜିଲ୍ଲାର ଦଶପଲ୍ଲା ଥାନା ଅଞ୍ଚଳରେ ବିଦ୍ୟୁତ ଆଘାତରେ ଜଣେ କେବୁଲ ଅପରେଟରଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମିଳିଥିବା ସୂଚନା ଅନୁଯାୟୀ, ଦଶପଲ୍ଲା ଥାନା ଅନ୍ତର୍ଗତ ଘୋଳାହାଣ୍ଡି ପଞ୍ଚାୟତ ଅଧୀନସ୍ଥ ନୂଆସାହି ଗ୍ରାମର ଜନୈକ କେବୁଲ୍ ଅପରେଟର୍ ଲିଙ୍ଗରାଜ ସାହୁ(୫୫) ଗତକାଲି ରାତି ୯ ଟା ରେ ନିଜର କଣ୍ଟ୍ରୋଲ୍ ରୁମରେ କେବୁଲ୍ ସଜାଡ଼ୁଥିଲେ। ଏହି ସମୟରେ ସେ ବିଦ୍ୟୁତ ଆଘାତ ପାଇଥିଲେ। ତାଙ୍କର ଚିତ୍କାର ଶୁଣି ଘରଲୋକେ ଧାଇଁ ଆସିଥିଲେ। ସର୍ଟସର୍କିଟ୍ ହେତୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି।

Advertisment

ଏହାପରେ ସେମାନେ ଲିଙ୍ଗରାଜ ସାହୁଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପୁଲିସ ପହଞ୍ଚିଥିଲା। ପୁଲିସ ଶବକୁ ଜବତ କରିବା ସହ ତା’ର ବ୍ୟବଚ୍ଛେଦ କରାଯାଇଥିଲା। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାଯାଇଛି। ଏହା ସେହି ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।