ଦିନକରେ ୨୧୫୫ ପଜିଟିଭ୍
ଜଣେ ଓଡ଼ିଆଙ୍କ ସମେତ ୨୬ ମୃତ
ମେଡିକାଲ୍, ଶ୍ମଶାନରେ ଜାଗା ମିଳୁନି
ବ୍ରହ୍ମପୁର : ସୁରତରେ କରୋନା ମହାମାରୀ କରୋନା ତାଣ୍ଡବ ରଚିଛି। ସ୍ଥିତି ଏମିତି ହୋଇଛି, ଶବ ଦାହ ପାଇଁ ଆତ୍ମୀୟଙ୍କୁ ଶ୍ମଶାନରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ୁଛି। ଆଉ ୨୪ ଘଣ୍ଟା ଧରି ଚିତା ଜଳୁଥିବାରୁ ଶବଦାହ ପାଇଁ ବ୍ୟବହୃତ ଗ୍ୟାସ୍ ଚୁଲାର ଭାଟି ମଧ୍ୟ ତରଳିଯାଉଛି।
ସୁରତରେ ତିନିଟି ପ୍ରମୁଖ ଶ୍ମଶାନ ହେଉଛି ରାମନାଥ ଗେଲା, ଅଶ୍ୱୀନ କୁମାର ଏବଂ ଜାହାଙ୍ଗୀରପୁରା। ଏହି ତିନିଟି ଶ୍ମଶାନକୁ ୨୪ ଘଣ୍ଟା ଶତାଧିକ ଶବ ଆସି ପହଞ୍ଚୁଛି। ଦିନରାତି ଭାଟି ଜଳୁଛି। ଏଠାରେ ଶବ ଦାହ ଲାଗି ଅନେକ ଆଧୁନିକ ମେସିନ୍ ବ୍ୟବହାର ହେଉଛି। ୨୪ ଘଣ୍ଟା ଶବ ଦାହ ହେଉଥିବା ଗ୍ୟାସ୍ ଚୁଲା ଚାଲୁ ରହୁଛି। ଫଳରେ ଚୁଲାର କିଛି ଅଂଶ ଓ ଗ୍ରିଲ୍ ତରଳି ସାରିଲାଣି। ଅଧିକରୁ ଅଧିକ ଶବ ସୁରତର ରାମନାଥ ଗେଲା ଶ୍ମଶାନରେ ପହଞ୍ଚୁଛି। ଶବଦାହ ପରିଚାଳନା ଦାୟିତ୍ବରେ ଥିବା ମୁଖ୍ୟ ହରିଶଭାଇ ଉମ୍ରିଗର କହିଛନ୍ତି, ପ୍ରତ୍ୟେକ ଦିନ ଏଠାକୁ ହାରାହାରି ୧୦୦ଟି ଶବ ଦାହ ପାଇଁ ଆସୁଛି। ଏହି କାରଣରୁ, ଗ୍ୟାସ୍ ଚୁଲା ୨୪ ଘଣ୍ଟା ଚାଲୁ ରହିଛି। ଅତ୍ୟଧିକ ଗରମ ହେତୁ ଚୁଲିରେ ଥିବା କୋଣଗୁଡ଼ିକ ମଧ୍ୟ ତରଳି ଯାଇଛି।
/sambad/media/post_attachments/wp-content/uploads/2021/04/surat-1.jpg)
ଅନ୍ୟପକ୍ଷରେ, ସୁରତରେ ଦିନକୁ ଦିନ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁରତ ଜିଲ୍ଲାରୁ ୨୧୫୫ଜଣ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୧୭୨୦ ଜଣ କେବଳ ସୁରତ ମହାନଗର ନିଗମର ବୋଲି ଜଣାପଡ଼ିଛି। ସୁରତ ସହରରେ ଆଜି ଦିନକରେ ସମୁଦାୟ ୨୬ ଜଣଙ୍କ ମୃତ୍ୟୁ ହେଉଛି। ଆଜି ପୁଣି ସୁରତରେ ରହୁଥିବା ଗଞ୍ଜାମ ଜିଲ୍ଲା ଦଦରାଲୁଣ୍ଡା ଅଞ୍ଚଳର ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ତାଙ୍କର କରୋନା ମୃତ୍ୟୁ ରିପୋର୍ଟ ଏ ଯାଏ ସ୍ପଷ୍ଟ ହୋଇନାହିଁ l ଇତିମଧ୍ୟରେ ସୁରତରେ ୧୫ ଜଣରୁ ଅଧିକ ଓଡ଼ିଆଙ୍କ କରୋନାରେ ମୃତ୍ୟୁ ଘଟିସାରିଲାଣି।
ସେହିପରି ପରିସ୍ଥିତି ଯେତେ ବିଗୁଡ଼ୁଛି, ସୂତାକଳରେ କାମ କରୁଥିବା ପ୍ରବାସୀ ଓଡ଼ିଆଙ୍କ ଚିନ୍ତା ଓ ଭୟ ସେତିକି ମାତ୍ରାରେ ବଢ଼ିବାରେ ଲାଗିଛି। ଗୋଟିଏପଟେ କରୋନାର କରାଳ ରୂପ, ଅନ୍ୟପଟେ ପେଟରେ ଭୋକ ଏବଂ ଏହାକୁ ନେଇ ଶ୍ରମିକ ମାନେ ଦୋ’ଛକିରେ ପଡ଼ିଛନ୍ତି। କାରଣ ଗୋଟିଏ ପରେ ଗୋଟିଏ କଟକଣା ଫେରିବାରେ ଲାଗିଛି। ଯଦି ଲକ୍ଡାଉନ୍ ହୁଏ, ତାହାହେଲେ ଜୀବିକା ଉଜୁଡ଼ିବା ଚିନ୍ତା ଘାରିଛି।
ତେବେ, ସୁରତରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି। ରାତି ୮ଟା ଠାରୁ ସକାଳ ୬ଟା ପର୍ଯ୍ୟନ୍ତ କର୍ଫ୍ୟୁ ଲାଗୁଛି। ଶନିବାର ଓ ରବିବାର ଦୁଇଦିନ ଟେକ୍ସଟାଇଲ୍ ଓ ଡାଇମଣ୍ଡ୍ ମାର୍କେଟ୍ ବନ୍ଦ ରହୁଛି। ତେବେ ଏହା ମଧ୍ୟରେ ଆଶ୍ବସ୍ତ କଲା ଭଳି ଖବର ସାମ୍ନାକୁ ଆସିଛି। ରେମଡ଼େସିଭର ଇଞ୍ଜେକ୍ସନ୍ ଅଭାବ ଦୂର ହୋଇଥିବାବେଳେ ସୁରତର ସବୁ ସରକାରୀ ହସ୍ପିଟାଲରେ ଏହା ଉପଲବ୍ଧ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/surat-aa.jpg)