ମାଣତ୍ରି: ବଡ଼ସାହି ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଥିବା ସର୍ବେଶ୍ୱରପୁର ଗ୍ରାମର ଛଟା ସିଂ(୪୫)ଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ପୁଲିସ ଉଦ୍ଧାର କରିଛି । କିଛି ବର୍ଷ ତଳେ ତାଙ୍କର ସ୍ତ୍ରୀ ମରିଯିବା ପରେ ସେ ଘରେ ଏକୁଟିଆ ରହୁଥିଲେ । ଗତକାଲି ରାତି ୧୦ଟା ସମୟରେ ତାଙ୍କ ମୃତଦେହ ଏକ ଆମ୍ବଗଛରେ ଝୁଲୁଥିବା ଅବସ୍ଥାରେ ପାଖ ପଡୋଶୀ ଲୋକ ଦେଖିଥିଲେ । ଏ ନେଇ ଖବର ଦିଆଯିବା ପରେ ବଡ଼ସାହି ପୁଲିସ ୬୫/୨୦ ନମ୍ବରରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଛଟା ସିଂ ଝିଅମାନଙ୍କ ବିବାହ କରି ଦେଇଥିବା ସହ ତାଙ୍କ ପୁଅ ବାଲେଶ୍ଵର ଜିଲ୍ଲାରେ ରହୁଥିବାରୁ ସେ ଘରେ ଏକା ରହୁଥିବା ଜଣା ପଡ଼ିଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp