ହାତ ଗୋଡ଼ ବନ୍ଧା ଅବସ୍ଥାରେ ରାସ୍ତାରେ ମିଳିଲା ମୃତଦେହ, ବାଘଛାଲ ଓ ବାରାହା ମାଂସ ଜବତ ମାମଲାରେ ମୃତ ଯୁବକଙ୍କ ସଂପୃକ୍ତି ଥିବା ନେଇ ସନ୍ଦେହ

ନୂଆପଡ଼ା : ନୂଆପଡ଼ାରେ ହାତ ଗୋଡ଼ ବନ୍ଧା ଅବସ୍ଥାରେ ରାସ୍ତାରେ ଏକ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ମୃତ ଶରୀରର ଅନେକ ସ୍ଥାନରେ ରହିଛି କ୍ଷତ ଚିହ୍ନ ଥିବା ଜଣାଯାଇଛି । ଖବର ପାଇ ଘଟଣାସ୍ଥଳରେ ନୂଆପଡ଼ା ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାଯାଇଛି । ଶବ ପଡ଼ିଥିବା ସ୍ଥାନରେ ତାଙ୍କୁ କିଛି ବାଟ ଘୋଷଡ଼ା ଯାଇଥିବା ଦେଖିବାକୁ ମିଳିଛି । ମୃତ ଯୁବକ ଜଣକ ସ୍ଥାନୀୟ ଟିପାଝର ଗାଁର ଦବଂ ଶବର ବୋଲି ଜଣାପଡିଛି ।


କିଛି ଦିନ ତଳେ ଟିପାଝର ଗାଁରୁ ଜଣକ ଘରୁ ବାଘଛାଲ ଓ ବାରାହା ମାଂସ ଜବତ ହୋଇଥିଲା । ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରାଯାଇଛି । ଏହି ଘଟଣାରେ ମୃତ ଯୁବକଙ୍କ ସଂପୃକ୍ତି ରହିଥିବା ନେଇ ସନ୍ଦେହ କରୁଛି ପୁଲିସ । ନୂଆପଡ଼ା ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।
ସୂଚନାଯୋଗ୍ୟ, କିଛି ଦିନ ତଳେ ନୂଆପଡ଼ା ଜିଲ୍ଲା ସଦର ବ୍ଲକ ସୁନାବେଡା ଅଭୟାରଣ୍ୟ ଟିପାଝର ଗ୍ରାମରୁ ବନ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବାଘଛାଲ, ବାରହା ମାଂସ ସହ ଆଉ କେତେକ ବେଆଇନ ସାମଗ୍ରୀ ଜବତ କରିଥିଲେ । ଏହି ଘଟଣାରେ ବନବିଭାଗ ପକ୍ଷରୁ ଟିପାଝର ଗ୍ରାମର ଜଣେ ମହିଳା ଏବଂ ଦୁଇ ଜଣ ଯୁବକଙ୍କୁ ଗିରଫ କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଥିଲେ ।

ସମ୍ବନ୍ଧିତ ଖବର