ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭଉଣୀଙ୍କୁ ଭିଣୋଇ ହତ୍ୟା କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବୋଲଗଡ଼ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତର ବୋଲଗଡ଼- ଇଚ୍ଛାପୁର ପୋଲ ପାଖରେ ଆଜି ସକାଳେ ସ୍ଥାନୀୟ ଲୋକେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଦେଖିବାକୁ ପାଇଥିଲେ। ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରି ସେମାନେ ବୋଲଗଡ଼ ଥାନାକୁ ଖବର ଦେଇଥିଲେ। ଏହାପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବିବାହିତା ମହିଳାଙ୍କ ମୃତଦେହକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ଲାଗି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।
ମୃତ ମହିଳାଙ୍କ ପରିଚୟ ମିଳିଛି। ସେ ହେଉଛନ୍ତି ଜବାର ଖାଁ ଓରଫ ଗୁଣ୍ଡା ଖାଁଙ୍କ ସ୍ତ୍ରୀ ରୋଜିତା ବିବି। ତାଙ୍କର ଦୁଇଟି ସନ୍ତାନ ଅଛନ୍ତି। ଏଣେ ପୁଲିସ୍ ତଦନ୍ତ ଆରମ୍ଭ କରି ଜବାର ଖାଁଙ୍କୁ ଖୋଜୁଥିବା ଜଣାଯାଇଛି। ଜବାର ଖାଁ ଜଣେ ମାଂସ ବ୍ୟବସାୟୀ ବୋଲି ଜଣାଯାଇଛି। ପ୍ରାୟ ୮ ବର୍ଷ ତଳେ ଉଭୟଙ୍କର ବାହାଘର ହୋଇଥିଲା। ତାଙ୍କ ଭଉଣୀ ରୋଜିତାଙ୍କୁ ଭିଣୋଇ ହତ୍ୟା କରିଥିବା ନେଇ ମୃତକଙ୍କ ଭାଇ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/Women-Deadbody-Found_Husband-Arrested_Thumbnail.jpg)