ରେଳ ଲାଇନ ପୋଲ ତଳୁ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଣ୍ଟାବାଞ୍ଜି: ଆଜି ସକାଳେ ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ଅଞ୍ଚଳରେ ଜଣେ ବୟସ୍କ ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର ହୋଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, କଣ୍ଟାବାଞ୍ଜି ନିକଟସ୍ଥ କୁକୁଡାହାଡ ରେଳ ଲାଇନ ନିକଟରେ ଥିବା ରେଳ ପୋଲ ତଳୁ ତାଙ୍କର ମୃତ ଦେହ ଉଦ୍ଧାର ହୋଇଛି ।

ମୃତକଜଣକ ହେଲେ କଣ୍ଟାବାଞ୍ଜିର ହେମାଲ ପଡାର ପ୍ରେମ ପୋଢ। ତାଙ୍କର ବୟସ ୫୨ ବର୍ଷ ବୋଲି କୁହାଯାଉଛି । ପ୍ରେମ ଏକ କୁକୁଡା ଦୋକାନରେ କାମ କରୁଥିବା ଜଣାଯାଇଛି । ସେ ରାତିରେ ବାହାରେ କିଛି କାମ ଅଛି କହି ନିଜ ସାଇକେଲରେ ଘରୁ ବାହାରିଥିଲେ । ତେବେ ସେ ରାତିରେ ଆଉ ଘରୁକୁ ଫେରି ନ ଥିଲେ ।

ଆଜି ଭୋର ସମୟରେ ପୋଲ ତଲେ ଏକ ମୃତ ଦେହ ଥିବା ଲୋକ ଜାଣିବା ପରେ ଜିଆରିପି ପୁଲିସକୁ ଖବର ଦେଇଥିଲେ । ଜିଆରିପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତାର ପରିବାରବର୍ଗଙ୍କୁ ଅଧିକ ପଚରାଉଚରା କରିଛି । ଘଟଣାସ୍ଥଳକୁ ଦେଖିଲେ କୌଣସି ଟ୍ରେନ ତାଙ୍କୁ ଧକ୍କା ମାରି ନ  ଥିବା ବେଳେ ଏହା ଏକ ହତ୍ୟା ବୋଲି ପରିବାର ଲୋକ ସନ୍ଦେହ କରୁଛନ୍ତି । ତେବେ ପୁଲିସ ସଠିକ ତଦନ୍ତ କରିବାକୁ ପରିବାର ଲୋକ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର