ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍ ଜେନାପୁର ଥାନା ଅନ୍ତର୍ଗତ ମର୍ଜିତପୁର ଅଞ୍ଚଳରେ ଜେଣ ଛେଳି ଚରାଳିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି।
ସୂଚନା ଅନୁସାରେ ମିର୍ଜିତା ଗ୍ରାମର ଜଳଧର ଜେନା(୫୫) ଦୈନିକ ଛେଳି ନେଇ ଘର ଠାରୁ ୨/୩ କିମି ଦୂରକୁ ଚରାଇବାକୁ ଯାଆନ୍ତି। ସବୁ ଦିନ ପରି ଆଜି ସେ ଛେଳି ନେଇ ଚରାଇବାକୁ ଯାଇଥିବା ବେଳେ ଅପରାହ୍ନରେ ବିଲକୁ ଯାଇଥିବା ଅନ୍ୟ ଲୋକ ଜଳଧରଙ୍କୁ ବିଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେ ପରିବାର ଲୋକଙ୍କୁ ଖବର ଦେବାକୁ ଆସିଲା ବେଳକୁ ମୃତ ଦେହ ପଡ଼ିଥିବାର ସ୍ଥାନ ପରିବର୍ତ୍ତନ ହୋଇଯାଇଥିବା ଅଭିଯୋଗ ହୋଇଛି।
ମୃତକଙ୍କ ଗୋଟିଏ ହାତ ଭାଙ୍ଗି ଯାଇଥିବା ବେଳେ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ତେବେ ତାଙ୍କର କାହା ସହ ଶତ୍ରୁତା ନଥିବା ବେଳେ କିଏ ଏପରି କାଣ୍ଡ ଘଟାଇଛି ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ।
ଘରକୁ ଫେରିଲେନି ଛେଳି ଚରାଳି: ବିଲରେ ମିଳିଲା ମୃତ ଦେହ, ହତ୍ୟା ସନ୍ଦେହ
/sambad/media/post_attachments/wp-content/uploads/2020/11/dead_171d0225e97_large-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)