ଭୁବନେଶ୍ୱର: ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ ହୋଇସାରିଛି। ବର୍ତ୍ତମାନ ଆହୁରି ୨୮ଟି ମୃତଦେହ ଏମସ ଭୁବନେଶ୍ୱରରେ ରଖାଯାଇଛି। ତେବେ ଏମ୍ସ କର୍ତ୍ତୃପକ୍ଷ କହିଛନ୍ତି ଯେ ଗତ ୧୦ ଦିନ ଭିତରେ କେହି ଜଣେ ବି ମୃତ ଦେହ ଚିହ୍ନଟ ପାଇଁ ଆସିନାହାଁନ୍ତି ।

Advertisment

ସିବିଆଇ ଏଫେସେଲରେ ଜେନେଟିକ ଟେଷ୍ଟ ପରେ ସବୁ ବଡି ଆମେ ହସ୍ତାନ୍ତର କରିଦେଇଛୁ। ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ନିର୍ଦ୍ଦେଶକୁ ଆମେ ଅପେକ୍ଷା କରିଛୁ। ଯେହେତୁ ସିବିଆଇକୁ ମାମଲାର ତଦନ୍ତ କରୁଛି ତେଣୁ ସରକାର ନିଷ୍ପତ୍ତି ନେବା ପରେ ସିବିଆଇକୁ ମୃତଦେହଗୁଡ଼ିକ ହସ୍ତାନ୍ତର କରିବୁ। ପୂର୍ବରୁ ଡିଏନଏ ପରୀକ୍ଷା ପାଇଁ ଯାଇଥିବା ସାମ୍ପ୍ଲଲ ରିପୋର୍ଟ ଆସିସରିଛି। ୧୦୦ ରୁ ୧୧୦ଟି ଡିଏନଏ ଟେଷ୍ଟ ହୋଇଛି।