ମନ୍ଦିରରେ ବିବାହ ପରେ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ

ମାଲକାନଗିରି: ଗଛରେ ଗାମୁଛା ଲଗାଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା। ମାଲକାନଗିରି ଜିଲ୍ଲା ଏମଭି-୪୨ ଗାଁର ଏକ ବର ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ। ମୃତ ଦୁଇ ଜଣ ହେଲେ ଭିକି ସିକଦର ଓ ସୋରି ସରକାର। ଉଭୟ ମନ୍ଦିରରେ ବିବାହ କରିବା ପରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି।

ଘଟଣା ସ୍ଥଳରେ ମାଲକାନଗିରି ପୁଲିସ୍ ପହଂଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ବିବାହ ପରେ ଦୁହିଁଙ୍କର ଏଭଳି ଆତ୍ମହତ୍ୟା କରିବା ପଛର କାରଣ ଜଣାପଡ଼ିନାହିଁ। ଏ ନେଇ ତଦନ୍ତ ଆରମ୍ଭ କରିଛି ମାଲକାନଗିରି ପୁଲିସ।

ସମ୍ବନ୍ଧିତ ଖବର