ସିଲେରୁ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ନାବାଳକର ମୃତଦେହ ଆଜି ସକାଳେ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ସିଲେରୁ ନଦୀରେ ଭାସୁଥିବା ବେଳେ ଜଣେ ନାବାଳକର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଥିବାର ଖବର ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ଚିତ୍ରକୋଣ୍ଡା ବ୍ଲକର ମଲାସାହିର ଅର୍ଜୁନ ମାଝିଙ୍କର ପୁଅ କପିଳାସ(୧୧) ନିଜର ସାଙ୍ଗ ସହିତ ସିଲେରୁ ନଦୀରେ ଗାଧୋଇବାକୁ ଯାଇଥିଲେ। ସେଠାରେ ଉଭୟେ ପାଣି ଭିତରକୁ ଲମ୍ଫ ଦେଉଥିବା ବେଳେ କପିଳାସଙ୍କୁ କୁମ୍ଭୀର ଟାଣି ନେଇଥିଲା। ଏହା ଦେଖି ଭୟରେ କପିଳାସର ସାଙ୍ଗ ଯାଇ ଦିନ ମଜୁରିଆ ଭାବେ କାମ କରି ପେଟ ପୋଷୁଥିବା ଅର୍ଜୁନ ମାଝିଙ୍କ ଘରେ ଖବର ଦେଇଥିଲେ।

ଏହାପରେ ରାତି ୧୨ଟା ଯାଏଁ ପୁଅ କପିଳାସକୁ ପାଣି ଭିତରେ ଖୋଜିଥିଲେ ଅର୍ଜୁନ ମାଝି, ହେଲେ କିଛି ପତ୍ତା ମିଳି ନଥିଲା। ତେବେ ଆଜି ସକାଳେ ହାତ ଗୋଡ଼ ନ ଥିବା ଅବସ୍ଥାରେ କପିଳାସର ମୃତଦେହ ଭାସୁଥିବାର ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ଏହାପରେ ଚିତ୍ରକୋଣ୍ଡା ଥାନା ପୁଲିସ ଆଜି ସକାଳେ କପିଳାସର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଇଥିଲା। ଏହାପରେ କପିଳାସର ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର